ଓଡ଼ାପଡ଼ା ଘାଟରୁ ଚାଲାଣ ବେଳେ ଚୋରା ବାଲି ବୋଝେଇ ହାଇୱା ଜବତ, ଚାଳକ ଗିରଫ

You are currently viewing ଓଡ଼ାପଡ଼ା ଘାଟରୁ ଚାଲାଣ ବେଳେ ଚୋରା ବାଲି ବୋଝେଇ ହାଇୱା ଜବତ, ଚାଳକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ପୋଲିସ୍ ପକ୍ଷରୁ ଚଢ଼ଉ କରାଯାଇ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରିଛି। ଏଥିସହ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଢେଙ୍କାନାଳ ଓଡ଼ାପଡ଼ା ବାଲିଘାଟରୁ ଏକ ହାଇୱା ଯୋଗେ ତାଳଚେରକୁ ବାଲି ଚାଲାଣ କରୁଥିବା ବେଳେ ପୋଲିସ ସନ୍ଦେହରେ ଗାଡ଼ିକୁ ଅଟକାଇ ଥିଲା। ବାଲିର କାଗଜପତ୍ର ମାଗିବାରୁ ଚାଳକ ଦେଖାଇ ପାରିନଥିଲା। ଫଳରେ ଗାଡ଼ିକୁ ଜବତ କରି ପୋଲିସ ଥାନାକୁ ଆଣିବା ସହ ଓ ଚାଳକ ମାରସ ପ୍ରଶାନ୍ତ (୨୩)କୁ ଗିରଫ କରାଯାଇଛି। ଏ ନେଇ ପୋଲିସ ଏକ ମକଦ୍ଦମା ରୁଜୁ କରି ଗିରଫ ଯୁବକକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Share

Leave a Reply