ଚୋରା ବାଲି ଚାଲାଣ: ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ

You are currently viewing ଚୋରା ବାଲି ଚାଲାଣ: ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ ନମପସି ପଞ୍ଚାୟତର ନମଗାଁରେ ଚୋରା ବାଲି ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ଏକ ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି।

ପାଳଲହଡ଼ା ପୋଲିସ ଏସଆଇ ସ୍ୱରୂପ ପୂର୍ତ୍ତି ନିଜ ଟିମ୍ ସହିତ ପେଟ୍ରୋଲିଂ କରୁଥିବା ବେଳେ ଓଡ଼ି ୧୯ ସି ୪୩୧୫ ନମ୍ବର ଟ୍ରାକ୍ଟରରେ ବାଲି ଚାଲାଣ ହେଉଥିବା ଦେଖି ଗାଡ଼ିକୁ ଅଟକାଇଥିଲେ। ତନଖି ବେଳେ ଗାଡ଼ିରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଜଣାପଡ଼ିବା ପରେ ପୋଲିସ ଟ୍ରାକ୍ଟରଟିକୁ ଜବତ କରିଛି।

ଟ୍ରାକ୍ଟର ଚାଳକ ବୁଧୁରାମ ପୂର୍ତ୍ତି (୪୨)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପାଳଲହଡ଼ା ଥାନାରେ କେସ୍ ନମ୍ବର ୪୧୮ରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଧାରାରେ ମାମଲା ରୁଜୁ ହୋଇଛି। ପାଳଲହଡ଼ା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ଏହି ସୂଚନା ଦେଇଛନ୍ତି।

Share

Leave a Reply