ସାଙ୍ଗ ହେବ ତ ଏମିତି!

You are currently viewing ସାଙ୍ଗ ହେବ ତ ଏମିତି!

 

ଅନୁଗୁଳ: ସାଙ୍ଗ ହେବ ତ ଏମିତି। ଯେଉଁଠି ପରିବାର ବନ୍ଧୁ ବାନ୍ଧବ ହାରି ଯାଆନ୍ତି ବା ପଛେଇ ଯାଆନ୍ତି ସେଠି ସାଙ୍ଗ ଠିଆ ହୁଏ ମଜଭୁତ ଖୁଣ୍ଟ ଭଳି। ଅନୁଗୁଳର ନବ ନିର୍ବାଚିତ ବିଧାୟକ ପ୍ରତାପ ପ୍ରଧାନ ୧୯୮୬ ବ୍ୟଚର ସାଙ୍ଗ ମାନଙ୍କୁ କହିଥିଲେ ନିର୍ବାଚନର ରଣାଙ୍ଗନରେ ମୁଁ ଲଢ଼ୁଛି। ଆପଣ ମାନଙ୍କର ଆଶୀର୍ବାଦ ଦରକାର। ଆଉ ସେୟା ହେଲା।ସାଙ୍ଗମାନେ ଆଶୀର୍ବାଦ ଦେଲେ ପ୍ରତାପ ବି ଜିତିଲେ ଆଉ ଗତ ରବିବାର ଅନୁଗୁଳ ଏକ ଷ୍ଟାର ହୋଟେଲରେ ବଡ଼ା ଖାନା ଦେଇଥିଲେ ପ୍ରତାପ ଏବଂ ତାଙ୍କ ଧର୍ମପତ୍ନୀ।

ଏହି ପାର୍ଟିରେ ସହକାରୀ ପ୍ରଫେସର ନାରାୟଣ ମୋଦି,ଇଁ ରମେଶ ମହାଳିକଙ୍କ ସମେତ ଅନେକ ବନ୍ଧୁ ଯୋଗ ଦେଇ ପ୍ରତାପଙ୍କୁ ଜିଲ୍ଲାର ବିକାଶ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ବନ୍ଧୁମାନେ ପ୍ରତାପଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Share

Leave a Reply