ଅମରବାଣୀ ସ୍କୁଲ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

You are currently viewing ଅମରବାଣୀ ସ୍କୁଲ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ଅନୁଗୁଳ: ବୁଧବାର ସକାଳ ୯ ଘଟିକାରେ ଅନୁଗୁଳ କାଲଟାକ୍ସ ଛକ ଠାରେ ଅମରବାଣୀ ଇଂଲିଶ ମିଡିୟମ ସ୍କୁଲ (ICSE) ଦ୍ୱାରା “ସ୍ୱଚ୍ଛ ପରିବେଶ, ସୁସ୍ଥ ସ୍ୱାସ୍ଥ୍ୟ” ସଂକଳ୍ପ ନେଇ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ଜେ. ଶର୍ମିଲାଙ୍କ ଅଧ୍ୟକ୍ଷତାରେ ଶିକ୍ଷୟତ୍ରୀ ପ୍ରଜ୍ଞା ପରମିତା ଦାସ, ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ନିର୍ମଳ କୁମାର ସାହୁ ଓ ସିଷ୍ଟର ସୁସ୍ମିତାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଅମରବାଣୀ ବିଦ୍ୟାଳୟଠାରୁ କାଲଟାକ୍ସ ଛକ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରିଥିଲେ। ଏହା ସହିତ ସ୍ୱଛତା ସଚେତନତା ପାଇଁ ପଥପ୍ରାନ୍ତ ନାଟକ ଓ ସ୍ଲୋଗାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା।

Share

Leave a Reply