ତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସତ୍ୟାଗ୍ରହ

0

ତାଳଚେର: ତାଳଚେର ମେଡିକାଲ୍‌ କଲେଜ ନିର୍ମାଣ ହେବାର ଦୀର୍ଘ ଦିନ ପରେ ମଧ୍ଯ ଏହା ଖୋଲୁ ନଥିବାରୁ ତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିରବ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। କମିଟିର ଆବାହକ ଭଗବାନ ପ୍ରଧାନ, ଜିଲ୍ଲା ସ˚ଯୋଜକ ଗୁରୁ ପ୍ରସାଦ ପ୍ରଧାନଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦିଗମ୍ବର ଗଡ଼ନାୟକ, ରଣଜିତ ଦାସ, ଚିନ୍ମୟ ସାହୁ ପ୍ରମୁଖ ଏହି ନିରବ ସତ୍ୟାଗ୍ରହରେ ଯୋଗ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, ତାଳଚେର ମେଡିକାଲ୍‌ କଲେଜର ନିର୍ମାଣ କାର୍ଯ୍ୟ ଏମ୍‌ସିଏଲ୍‌ ପକ୍ଷରୁ କରାଯାଇଥିବା ବେଳେ ଏଥିରେ ୪୯୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୧୦୦ ଜଣ ଛାତ୍ରଛାତ୍ରୀ ଏଠାରେ ଡାକ୍ତରୀ ପାଠ ପଢ଼ିବାର ବ୍ୟବସ୍ଥା ଥିବା ବେଳେ ୫୦୦ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏଠାରେ ସବୁ ପ୍ରକାର ଭିତ୍ତିଭୂମି ନିର୍ମାଣ କରାଯାଇଛି। ତାଳଚେର ମେଡିକାଲ୍‌ କଲେଜରେ ପରିଚାଳନା ପାଇଁ ଏକ ବିଶେଷଜ୍ଞ ଠିକା ସ˚ସ୍ଥା ହାତକୁ ଦେବା ପାଇଁ ଚିନ୍ତା କରାଯାଉଛି। ନା ଏମ୍‌ସିଏଲ୍‌ ନା ରାଜ୍ୟ ସରକାର କେହି ଏହାକୁ ପ୍ରତ୍ୟକ୍ଷ ଭାବରେ ଚଳାଇବା ପାଇଁ ଅନିଚ୍ଛୁକ ହେବାରୁ ଏଭଳି ପରିସ୍ଥିତି ଉପୁଜିଛି।

Leave A Reply

Your email address will not be published.

error: Content is protected !!