ସଂକୀର୍ତ୍ତନ ଗୁରୁଙ୍କ ପରଲୋକ

You are currently viewing ସଂକୀର୍ତ୍ତନ ଗୁରୁଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଳକ୍ ଘଣ୍ଟପଡା ପଞ୍ଚାୟତର ଚାଳଗଡ ଗ୍ରାମ ବାସିନ୍ଦା ଅନ୍ତର୍ଯ୍ୟାମୀ ରାଉତ(୭୪)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ସଂକୀର୍ତ୍ତନ ଗୁରୁ ଭାବେ ତାଳଚେର ଅଞ୍ଚଳରେ ସୁପରିଚିତ ଥିଲେ। ହାଣ୍ଡିଧୂଆ କୋଇଲା ଖଣିରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରି ଗତ ୨୦୦୭ ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ଗ୍ରାମରେ ସଂକୀର୍ତନ ମଣ୍ଡଳୀ ଗଠନ କରି ଯୁବ ଗୋଷ୍ଠୀଙ୍କୁ ତାଲିମ୍ ଦେବା ସହ ସଂକୀର୍ତ୍ତନର ପ୍ରଚାର ପ୍ରସାରରେ ଲାଗିଥିଲେ। ଗ୍ରାମର ମୁରବି ଭାବେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଉଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀଙ୍କ ସମେତ ୪ ପୁଅ, ବୋହୂ, ଝିଅଜ୍ବାଇଁଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

Share

Leave a Reply