ପ୍ରାଦେଶିକ ସଂସ୍କୃତି ମହୋତ୍ସବରେ ପାଳଲହଡ଼ାର ଛାତ୍ରୀ ତନିଷ୍କାପ୍ରଭା ସାହୁ ପ୍ରଥମ

You are currently viewing ପ୍ରାଦେଶିକ ସଂସ୍କୃତି ମହୋତ୍ସବରେ ପାଳଲହଡ଼ାର ଛାତ୍ରୀ ତନିଷ୍କାପ୍ରଭା ସାହୁ ପ୍ରଥମ

ଅନୁଗୁଳ: ଭୁବନେଶ୍ୱର ଶିକ୍ଷା ବିକାଶ ସମିତି ପକ୍ଷରୁ ଆୟୋଜିତ ପ୍ରାଦେଶିକ ସଂସ୍କୃତି ମହୋତ୍ସବରେ ଶିଶୁ ବିଭାଗର କଥାକଥନ ପ୍ରତିଯୋଗିତାରେ ଅନୁଗୁଳ ଛାତ୍ରୀଙ୍କ ସଫଳତା।

ସ୍ଥାନୀୟ ପାଳଲହଡ଼ା ସଦର ମହକୁମାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ତନିଷ୍କାପ୍ରଭା ସାହୁ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ କ୍ଷେତ୍ରସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଏହି ମହୋତ୍ସବ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ହୋଇଥିଲା। ତନିଷ୍କାପ୍ରଭା ହେଉଛନ୍ତି ପାଳଲହଡ଼ାର ଯୁବ ବ୍ୟବସାୟୀ ପ୍ରଭାତ କୁମାର ସାହୁ ଏବଂ ଶିଶୁ ମନ୍ଦିରର ଗୁରୁମା ପୁଷ୍ପିତା ସାହୁଙ୍କ ଝିଅ। ତନିଷ୍କାପ୍ରଭାଙ୍କ ଏହି ସଫଳତାରେ ବିଦ୍ୟାଳୟରେ ଖୁସିର ଲହରି ଖେଳି ଯାଇଛି।

Share

Leave a Reply