ତାଳଚେର : ଲୋକାର୍ପିତ ହୋଇଛି ତାଳଚେର ବ୍ଲକ ସନ୍ଥପଡା ଗ୍ରାମର ପ୍ରାଚୀନ ଇତିହାସ, ପରମ୍ପରା, ଲୋକ ସଂସ୍କୃତି ଓ ସମଗ୍ର ଜନସଂଖ୍ୟାର ତାତ୍ଵିକ ବିଶ୍ଳେଷଣକୁ ନେଇ ରଚିତ ପୁସ୍ତକ “ ସନ୍ଥପଡା ବଂଶାବଳୀ”। ଦୋଳ ଉତ୍ସବ ପାଳନ ଅବସରରେ ସନ୍ଥପଡା ଗ୍ରାମସ୍ଥିତ ହରିହର ମନ୍ଦିର ପରିସରରେ ଏହି ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶରତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗବେଷକ ବିଭୂତି ଭୂଷଣ ସାହୁ ଓ ମୁଖ୍ୟ ବକ୍ତା ଭାବରେ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ କରକମଳରେ ଡ.ପ୍ରଶାନ୍ତ କୁମାର ରଥ, ସୂର୍ଯ୍ୟକାନ୍ତ ସାମଲ ଓ ବୀରବିକ୍ରମ ସିଂ ସାମଲଙ୍କ ସଂକଳିତ ‘ସନ୍ଥପଡା ବଂଶାବଳୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅଧ୍ୟାପିକା ମଧୁସ୍ମିତା ସାମଲ, ବିନୋଦ କୁମାର ସାମଲ, ନିରୋଜ ସାମଲ, ଜଗବନ୍ଧୁ ସାମଲ, ଅଭିମନ୍ୟୁ ସାମଲ, ମିହିର କୁମାର ରଥ, ଅଧ୍ୟାପକ ପ୍ରବୋଧ କୁମାର ରଥ, ପ୍ରଭାକର ସାମଲ, ଗୋପୀନାଥ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।


