ପୂର୍ବତନ ସମାଜ ସାମ୍ବାଦିକଙ୍କ ପରଲୋକ

You are currently viewing ପୂର୍ବତନ ସମାଜ ସାମ୍ବାଦିକଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ପୂର୍ବତନ ସମାଜ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କ ଆଜି ଅମଲାପଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡିତ ଥିଲେ। ସ୍ବର୍ଗତ ତ୍ରିପାଠୀଙ୍କ ପିତା ସ୍ବର୍ଗତ ଦୀନବନ୍ଧୁ ତ୍ରିପାଠୀ ମଧ୍ୟ ଦୀର୍ଘ ବର୍ଷ ଧରି ସମାଜର ସାମ୍ୱାଦିକ ଭାବେ କାର୍ଯ୍ୟ କରିଥିଲେ। ସନ୍ତୋଷ ତ୍ରିପାଠୀ ଜଣେ ଦକ୍ଷ ସାମ୍ବାଦିକ ତଥା ଅମାୟିକ ବ୍ୟକ୍ତି ଥିଲେ। ତାଙ୍କ ପରଲୋକ ଖବର ପାଇ ଅନୁଗୁଳର ବହୁ ଗଣମାନ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।

Share

Leave a Reply