ସରିଲା ସାପୋଇନାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ: କପ୍ ହାତେଇଲା ଖମାର ସ୍ପୋର୍ଟ୍ସ କ୍ଳବ

You are currently viewing ସରିଲା ସାପୋଇନାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ: କପ୍ ହାତେଇଲା ଖମାର ସ୍ପୋର୍ଟ୍ସ କ୍ଳବ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସପୋଇଲନାଲି ଠାରେ ଥିବା ଶିମିଳିପାଳ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସୋମବାର ସପୋଇନାଳି କ୍ରିକେଟ କପ୍ ଉଦଯାପିତ ହୋଇଛି। ଏଥିରେ ୮ ଟିମ୍ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଟେବୁଡୁ କ୍ରିକେଟ କ୍ଳବ, ଖମାର ସ୍ପୋର୍ଟ୍ସ କ୍ଳବ, ବ୍ରାହ୍ମଣବିଲ ଏମଡ଼ିସିସି କ୍ରିକେଟ ଟିମ , କୋଶଳା ଆରକେ, ଫାଇଟର, କଣଲୋଇ ଏମ କ୍ରିକେଟ କ୍ଳବ, ସାପୋଇନାଲିର ଏସପିଏଚ କ୍ରିକେଟ କ୍ଳବ, ହାଣ୍ଡିଗୋଡାର ଏମଜିସିଟି ଓ ଆଉଁଲିର ଏମକେସିଟି କ୍ରିକେଟ କ୍ଳବ ଭାଗ ନେଇଥିଲେ।
ତେବୁଡୁ କ୍ରିକେଟ କ୍ଳବ ଓ ଖମାର ସ୍ପୋର୍ଟ୍ସ କ୍ଳବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ତେବୁଡ଼ କ୍ରିକେଟ କ୍ଳବ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୬ ଓଭରରେ ୬ ଉଇକେଟ ହରାଇ ୪୯ ରନ ସଂଗ୍ରହ କରିଥିଲା। ଜବାବରେ ଖମାର ସ୍ପୋର୍ଟ୍ସ କ୍ଳବ ୫ ଓଭର ୫ଟି ବଲରେ ୨ ଉଇକେଟ ହରାଇ ବିଜୟୀ ହୋଇଛି।

ସାପୋଇନାଳି କ୍ରିକେଟ ଆସୋସିଏସନର ସଭାପତି ବିଜୟ କୁମାର ଅଦାବରଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଶିମିଳିପାଳ ସରପଞ୍ଚ ଗିରିଶ ଚନ୍ଦ୍ର ପ୍ରଧାନ, ସମିତି ସଭ୍ୟା କୁନ୍ତଳା ମାଝୀ, ବୁଦ୍ଧଦେବ ବେହେରା ପ୍ରମୁଖ କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।

ଅମ୍ପାୟାର ଭାବେ ଶୁଭେନ୍ଦୁ ପ୍ରଧାନ ଓ ବ୍ୟୋମକେଶ ସାହୁ ଖେଳ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାନ୍ତ୍ୱନା ସାହୁ, ଯୁଗଳ କିଶୋର ସାହୁ, ଲୋସନ ସାହୁ, ଭୀଷ୍ମ ରଥି ମାଝୀ, ମଦନ ବେହେରା, ବବୁଲ ବିଶ୍ୱାଳ, ଉମାକାନ୍ତ ବିଶ୍ୱାଳ, ପରେଶ ମାଝୀ, ପଙ୍କଜ ଲୋଚନ ସାହୁ, ସମ୍ପାଦକ ରାଜୁ ବେହେରା, ଲିପୁନ ମାଝୀ, ପ୍ରିୟବ୍ରତ ବେହେରା, ପିନୁ ପୁଢ଼, ରାଜୁ ବେହେରା ସମେତ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply