ବଇଣ୍ଡା: ବ୍ଲକ ମିଟିଂରେ ଦାଦାଗିରି କରି ନିର୍ବାଚିତ ପ୍ରତିନିଧିଙ୍କୁ ଧମକ ଚମକ ଦେବା ନେଇ ଧଉରାପାଲ୍ଲୀ ସରପଞ୍ଚଙ୍କ ନାମରେ କିଶୋରନଗର ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ବ୍ଲକ କାର୍ଯ୍ୟାଳୟକୁ କାମରେ ଆସିଥିବା ବିଜୁ ଯୁବ ଜନତା ଜନତା ଦଳର ଆଇଟି କୋଅରଡିନେଟର କଦଳୀମୁଣ୍ଡା ଗ୍ରାମର ଆଲୋକ ଦେହୁରୀଙ୍କୁ ସରପଞ୍ଚ ଧମକ ଦେବା ପରେ କଥା ଥାନାକୁ ଯାଇଥିଲା। ଏନେଇ ଆଲୋକ କିଶୋରନଗର ଥାନାରେ ଧଉରାପାଲ୍ଲୀ ସରପଂଚଙ୍କ ନାମରେ ଲିଖିତ ଅଭିଯୋଗ କଲାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଥାନା ତରଫରୁ ସରପଞ୍ଚଙ୍କୁ ଏନେଇ ନୋଟିସ ପଠାଯାଇଥିଲା। କିନ୍ତୁ ସେ ଓଲଟା ଆଲୋକଙ୍କ ନାଁରେ ଦିନେ ଦୁଇଦିନ ପରେ କାଉଣ୍ଟର କେସ କରିବେ ବୋଲି ଧମକ ଦେଇଛନ୍ତି।
ତେବେ ଆଜି ସରପଞ୍ଚ କିଶୋରନଗର ଥାନାକୁ ଆସି ଜଣେ କାର୍ଯ୍ୟରତ ପୋଲିସ ଏଏସଆଇଙ୍କ ସହ ମଧ୍ୟ ଗଣ୍ଡଗୋଳ କରିଥିଲେ। ‘ତୁମେ ମୋ କଥା ନ ଶୁଣି ମନେମନେ କାମ କରୁଛ କହି ପାଟିତୁଣ୍ଡ କରିବାସହ ୨୪ ଘଣ୍ଟାରେ ତମ ମାନଙ୍କୁ ବଦଳି କରିଦେବି’ ବୋଲି ପୋଲିସକୁ ନାଲି ଆଖି ଦେଖାଇବା ସହ ମୋ ଲୋକ ଡାକୁଛି ଥାନାକୁ ଘେରାଉ କରିବି ବୋଲି କହିଥିଲେ। ପରେ ତାଙ୍କୁ ଥାନାରେ ୨ ଘଣ୍ଟା ଅଟକ ରଖାଯାଇଥିଲା।
ପରେ ବିଜେଡି ବ୍ଲକ ସଭାପତି କୁମୁଦ ପ୍ରଧାନ ଆସି ଥାନାରେ ଆସି କାହିଁକି ପାଟିତୁଣ୍ଡ କରୁଛ କହି ଥାନା କର୍ମଚାରୀମାନଙ୍କୁ ବୁଝାସୁଝା କରି ସରପଞ୍ଚଙ୍କୁ ନେଇଯାଇଥିଲେ। ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ଏଭଳି ଆଚରଣ କେତେ ସମଚୀନ ବୋଲି ଚର୍ଚ୍ଚା ହେଉଛି।