ଓଏଏସ୍ ହେଲେ ସରିତା ସୁଚରିତା: ୩୭୯ ରାଙ୍କ ରଖି ବଢ଼ାଇଲେ ଅନୁଗୁଳର ଗୌରବ

You are currently viewing ଓଏଏସ୍ ହେଲେ ସରିତା ସୁଚରିତା: ୩୭୯ ରାଙ୍କ ରଖି ବଢ଼ାଇଲେ ଅନୁଗୁଳର ଗୌରବ

ଅନୁଗୁଳ: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୭୯ ରାଙ୍କ ରଖି ଅନୁଗୁଳର ଗୌରବ ବଢ଼ାଇଛନ୍ତି ସରିତା ସୁଚରିତା।

ଛେଣ୍ଡିପଦା ବ୍ଲକ୍‌ ବାଗେଡ଼ିଆ ନିକଟସ୍ଥ ବରନାଳୀ ଗାଁର ଟଙ୍କଧର ସାହୁ ଓ ଦେବକୀ ସାହୁଙ୍କ ସାନ ଝିଅ ସରିତା ଦ୍ବିତୀୟ ପ୍ରଚେଷ୍ଟାରେ ଏହି ସଫଳତା ପାଇଛନ୍ତି। ସେ କହିଛନ୍ତି, ସଫଳତା ପାଇଁ କୌଣସି ସହଜ ରାସ୍ତା ନାହିଁ। କଠିନ ପରିଶ୍ରମ ଓ ଅଧ୍ୟବସାୟ ସହିତ ଭଗବ‌ାନଙ୍କ ଆଶୀର୍ବାଦ ରହିଲେ ନିଶ୍ଚିତ ସଫଳତା ମିଳିବ। ତେବେ ଆଗକୁ ସେ ମହିଳାଙ୍କ ଶିକ୍ଷା ଓ ସଶକ୍ତିକରଣକୁ ଅଧିକ ପ୍ରାଧ‌ାନ୍ୟ ଦେବେ କହିଛନ୍ତି। ମହିଳାମାନଙ୍କ ଉନ୍ନତି ହେଲେ ହିଁ ସମାଜର ପ୍ରକୃତ ଉନ୍ନତି ହୋଇପାରିବ। ଏଥିପାଇଁ ତୃଣମୂଳ ସ୍ତରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

ତାଙ୍କ ସଫଳତାର ଶ୍ରେୟ ସେ ଜଗନ୍ନାଥଙ୍କ ସହ ବାପା, ମା’ ଓ ପରିବାରକୁ ଦେଇଛନ୍ତି। ଆଜି ସେ ଯାହା ବି ହୋଇଛନ୍ତି କେବଳ ପରିବାର ପାଇଁ ବୋଲି କୁହନ୍ତି ସରିତା।

Share

Leave a Reply