ଅନୁଗୁଳ: ବିଜୁ ଜନତା ଦଳର ସିଦ୍ଧାନ୍ତ ତଥା ନୀତି ଓ ଆଦର୍ଶକୁ ଉଲ୍ଲଂଘନ କରିଥିବା ପୋକତୁଙ୍ଗା ପଞ୍ଚାୟତର ସରପଞ୍ଚ ସୁଜିତ କୁମାର ମହାଳିକଙ୍କୁ ବିଜୁ ଜନତା ଦଳ ସଭ୍ୟ ପଦରୁ ବହିଷ୍କାର କରାଯାଇଛି।
ପ୍ରକାଶ ଥାଉକି ସୁଜିତ କୁମାର ମହାଳିକଙ୍କ ନାମରେ ଥାନାରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଓ ବିଭିନ୍ନ ଖବର କାଗଜରେ ତାଙ୍କ ଉପରେ ଆସିଥିବା ଅଭିଯୋଗ ଜାଣିବା ପରେ ବିଜୁ ଜନତା ଦଳର ପଞ୍ଚାୟତ ସଭାପତି ଓ ଅନୁଗୁଳ ବ୍ଲକ ବିଜୁ ଜନତା ଦଳ ସଭାପତିଙ୍କ ସୁପାରିସ କ୍ରମେ ସୁଜିତ କୁମାର ମହାଳିକଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି। ଆଜିଠାରୁ ମହାଳିକ ବିଜୁ ଜନତା ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗଦାନ କରିପାରିବେ ନାହିଁ।