ଅନୁଗୁଳ: ସାତକୋଶିଆ ଗଣ୍ଡ ଉପରେ ହେଲିକପ୍ଟର ଉଡ଼ିବା ଘଟଣା ନୂଆ ମୋଡ଼ ନେଇଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଘଟଣାରେ ଏବେ ତଦନ୍ତ କରିବ ପୁଲିସ। ଅନୁଗୁଳ ପୁଲିସ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସାତକୋଶିଆ ଯାଇ ପୁଲିସ ଏହି ଘଟଣା ଉପରେ ଟିକିନିଖି ତଥ୍ୟ ସଂଗ୍ରହ କରିବା ସହ କିଏ ଓ କାହା ଅନୁମତିରେ ହେଲିକପ୍ଟର ଉଡ଼ାଇଥିଲା ତାହା ଖୋଜି ବାହାର କରିବ।
ଅବୈଧ ଜାଣିବା ପରେ ବି ମହାନଦୀର ସାତକୋଶିଆ ଗଣ୍ଡ ଉପରେ ବାରମ୍ବାର ହେଲିକପ୍ଟର କିଏ ଉଡ଼ାଇଲା, ଏବେ ସେ ସତ ପଦାକୁ ଆଣିବ ଅନୁଗୁଳ ପୁଲିସ।
ସାତକୋଶିଆ ଗଣ୍ଡ ଉପରେ ହେଲିକପ୍ଟର ଉଡ଼ିବା ଘଟଣା ନୂଆ ମୋଡ଼, ପୁଲିସ କାନ୍ଧକୁ ଗଲା ତଦନ୍ତ ଭାର
