ଅନୁଗୁଳ: ସ୍ଥାନୀୟ ସଭାଘର ପରିସରରେ ଦଶମ ସାତକୋଶିଆ ମହୋତ୍ସବ ଉଦ୍ଘାଟିଚ ହୋଇଯାଇଛି। ଅନୁଷ୍ଠାନର କୁନିକୁନି ପିଲାମାନେ ସ୍ୱାଗତ ନୃତ୍ୟ ପରିବେଷଣ କଲାପରେ ମୁଖ୍ୟ ଅତିଥି ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ ସମାରୋହକୁ ଉଦ୍ଘାଟନ କରିଥିଲେ। ସେ ଓଡିଶୀ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ନୃତ୍ୟ ନିଳୟର ଭୂମିକାକୁ ପ୍ରସଂଶା କରିଥିଲେ।ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଡା. ଧରଣୀଧର ନାଥ ଅନୁଗୁଳର ଅସ୍ମିତାକୁ ବିଶ୍ୱରେ ପରିଚୟ ଦେବାପାଇଁ ଗୁରୁଙ୍କ ସହିତ ଶିଷ୍ୟ ମାନଙ୍କର ମଧ୍ୟ ବିଶେଷ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ। ଗୁରୁ ଅନିତା ସିଂହଦେଓ ନୃତ୍ୟ ନୀଳୟର ପ୍ରସିଦ୍ଧି ପଛରେ ଅନୁଷ୍ଠାନର କର୍ମକର୍ତାଙ୍କ ଗୁରୁ ଭୂମିକା ରହିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ହେମନ୍ତ କୁମାର ଦାସ ଅନୁଗୁଳରେ ପ୍ରତିଭାଙ୍କ ଅଭାବ ନାହିଁ ବୋଲି କହିଥିଲେ। ସମାରୋହରେ ଓଡିଶୀ ନୃତ୍ୟ ଗୁରୁ ପ୍ରଶାନ୍ତ ସାମଲଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାତକୋଶିଆ ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦିକା ସ୍ୱପ୍ନାରାଣୀ ସିହ୍ନା ସ୍ୱାଗତ ଭାଷଣ ଦେଇଥିଲେ।ଶେଷରେ ଯଜ୍ଞ ରାୟ ଧନ୍ୟବାଦ ଦେଇଥିଲେ। ସମାରୋହରେ ଓଡିଶୀ ସଂଗୀତ ସମେତ ଭୁବନେଶ୍ୱରରୁ ଆସିଥିବା ଗୋକୁଳଶ୍ରୀ ଦାସଙ୍କ ଓଡିଶୀ ନୃତ୍ୟ ଓ ନୃତ୍ୟ ନିଳୟ ପକ୍ଷରୁ ଦଳଗତ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।
୧୦ମ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ
- Post published:December 16, 2022
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul