ସାତକୋଶିଆ ମହୋତ୍ସବ ଉଦଯାପିତ

0

ଅନୁଗୁଳ: ସଭାଘରେ ଚାଲିଥିବା ତିନି ଦିନିଆ ସାତକୋଶିଆ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଯୋନ ସାଂସ୍କୃତିକ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଇନ୍ଦରଜିତ ସିଂହ ଗ୍ରୋଭର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ନୃତ୍ୟ ସଙ୍ଗୀତ ଓ ଚିତ୍ରକଳା ବିଶ୍ୱ ପ୍ରସିଦ୍ଧ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ କଥକ ନୃତ୍ୟାଙ୍ଗନା ଡଃ କବିତା ଠାକୁର,ଶିକ୍ଷାବିତ ଡଃ ଧରଣୀଧର ନାଥ,ଗୁରୁ ଅନିତା ସିଂହଦେଓ,
ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ଯୋଗ ଦେଇ ନୃତ୍ୟ ନିଳୟ ଅନୁଷ୍ଠାନକୁ ଏକ ପ୍ରତିଭା ତିଆରି କାରଖାନା ବୋଲି ଉଲ୍ଲେଖ କରିଥିଲେ।
ମୁଖ୍ୟ ଅତିଥି ମୀରା ଦାସଙ୍କୁ ସାତକୋଶିଆ ସମ୍ମାନ-୨୦୨୨ ପ୍ରଦାନ କରିଥିଲେ।

ଏହାପରେ ମୀରା ଦାସ ଓଡିଶୀ,ହିମାନି ରାୱତ କଥକ ଓ ନୃତ୍ୟ ନିଳୟ ର ଛାତ୍ରୀ ମାନେ ଓଡିଶୀ ସମ୍ବଲପୁରୀ ଆଦି ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ସଭାପତି ଯଜ୍ଞ ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ସ୍ୱପ୍ନାରାଣୀ ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ।ଏଥିସହିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

Leave A Reply

Your email address will not be published.

error: Content is protected !!