ଅନୁଗୁଳ: ସର୍କସରେ ବଣୁଆ ପଶୁ ପକ୍ଷୀ ରଖିବା ଉପରେ ନିଷେଧାଦେଶ ଲାଗିବା ପରେ ଏହା ଆଉ ଆଗ ଭଳି ଲୋକଙ୍କୁ ଆକର୍ଷିତ କରି ପାରୁନାହିଁ,ତଥାପି ସର୍କସ ମାଲିକ ମାନେ ଅନ୍ୟାନ୍ୟ ଖେଳ ଦେଖାଇ ଏହି ପ୍ରତିଷ୍ଠାନକୁ ଆଜି ଯାଏଁ ବଞ୍ଚାଇ ରଖିଛନ୍ତି। ଅନୁଗୁଳ ପିଟିଶି ପଡ଼ିଆରେ ଚାଲିଥିବା ଆଫ୍ରିକାନ ଡାଏମଣ୍ଡ ସର୍କସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସର୍କସ କଳାକାରଙ୍କ ଜୀବନ ଜୀବିକା ଓ ଏହାର ସୋ ଉପରେ ଆଲୋଚନା କରାଯାଇଥିଲା । ସମ୍ମିଳନୀ ରେ ପ୍ରତିଷ୍ଠାନର ପ୍ରବନ୍ଧକ ଏମଡି ସମସାଦ୍ ଓ ସହଯୋଗୀ ଏମଡୀ ହସ୍ନାର ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ମିଳନୀରେ ସର୍କସ କର୍ତ୍ତୃପକ୍ଷ ପୋଲ ବାଲାନସ,ନିଆଁରେ ଖେଳ, ଜିମ୍ନଷ୍ଟିକ, ରିଦ୍ମିକ୍ ଡ୍ୟାନ୍ସ,ଆଇରନ ଗ୍ଲୋବ ଭିତରେ ଦୁଃସାହସିକ ମୋଟର ସାଇକଲ ଚାଳନା,କେନିୟାଆର୍ଟିଷ୍ଟ୍ ଦ୍ଵାରା ମନୋରଞ୍ଜନ ଭରା ଖେଳ ଉପରେ ସାମ୍ବାଦିକ ମାନଙ୍କୁ ସୂଚନା ଦିଆ ଯାଇଥିଲା। ମରି ବାକୁ ବସିଥିବା ସର୍କସ ଖେଳ ପାଇଁ
ସରକାର ପାଣି,ବିଜୁଳି ଓ ଅନ୍ୟାନ୍ୟ ଟିକସ ପ୍ରଦାନରେ ରିହାତି ଦେଲେ ସର୍କସ ବଞ୍ଚି ରହିବ ବୋଲି ଏହାର ପ୍ରବନ୍ଧକ ପ୍ରକାଶ କରିଥିଲେ।ତିନି ବର୍ଷରୁ ଅଧିକ ପିଲାଙ୍କୁ ଟିକେଟ ଲାଗିବ ଏବଂ ଦିନ ଗୋଟାଏ,ଦିନ ତୀନିଟା ଓ ସନ୍ଧ୍ୟା ସାତଟାରେ ସୋ ଚାଲୁଥିବା ନେଇ ସର୍କସ ମ୍ୟାନେଜର ପ୍ରକାଶ କରିଥିଲେ। ଭିଡରୁ ରକ୍ଷା ପାଇଁ ଅଗ୍ରୀମ ଟିକେଟ ବିକ୍ରି କରାଯାଉଥିବା ସର୍କସ୍ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ୬୦ ରୁ ଅଧିକ ଷ୍ଟାଫ୍ ଥିବା ଡ଼ାଏମଣ୍ଡ ସର୍କସର ରୋମାଞ୍ଚକର ଓ ଦୁଃସାହସିକ ଖେଳ ଲୋକଙ୍କୁ ବେଶ୍ ଆମୋଦିତ କରୁଥିବା କୁହାଯାଉଛି।