ଅନୁଗୁଳ: କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପିନ୍ଦର ଯାଦବ ନିକଟରେ ଜେନିଭା ଗସ୍ତରେ ଯାଇ ୟୁନେସ୍କୋର ରାମସର ସାଇଟ ଦାୟିତ୍ୱରେ ଥିବା କର୍ମକର୍ତାଙ୍କୁ ଭେଟି ଭାରତର ୨୬ ଗୋଟି ପର୍ଯ୍ୟଟନସ୍ଥଳୀକୁ ଅନ୍ତର୍ଜାତୀୟ ମାନ୍ୟତା ଦେବା ପାଇଁ ଅନୁରୋଧ କରିଛନ୍ତି।ଏହି ପର୍ଯ୍ୟଟନ ସ୍ଥଳୀ ଭିତରେ ଅଂଶୁପା ହ୍ରଦ, ହୀରାକୁଦ ଜଳଭଣ୍ଡାର ଓ ସାତକୋଶିଆ ଗଣ୍ଡ ରହିଛି। ଯେଉଁ ପ୍ରାକୃତିକ ଆର୍ଦ୍ରଭୂମିର ପରିବେଶ, ସୌନ୍ଦର୍ଯ୍ୟ,ଜୈବବିବିଧତା ଉଚ୍ଚ ମାନର ହୋଇଥାଏ ସେଗୁଡ଼ିକୁ ରାମସର ସାଇଟରେ ମାନ୍ୟତା ମିଳିଥାଏ। ଏହି ସାଇଟରେ ମାନ୍ୟତା ମିଳିଲେ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଏହା ଅଧିକ ସଂଖ୍ୟାରେ ଆକର୍ଷିତ କରିଥାଏ। ସାତକୋଶିଆ ଗଣ୍ଡକୁ ଏହି ମାନ୍ୟତା ମିଳିଲେ ଜିଲ୍ଲା ପର୍ଯ୍ୟଟନର ବିକାଶ ତ୍ୱରାନ୍ୱିତ ହୋଇପାରିବବୋଲି ଆଶା କରାଯାଉଛି ।
ରାମସର ସାଇଟରେ ସ୍ଥାନ ପାଇବ ସାତକୋଶିଆ ଗଣ୍ଡ
- Post published:June 14, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul