ବସ କାର ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

You are currently viewing ବସ କାର ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ : ଶନିବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଗାନ୍ଧିମାର୍ଗର ଶିମିଳି ପଡ଼ା ଏକ କାର ବସ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ସୂଚନା ମୁତାବକ, କେନାଲ ପୋଲ ନିକଟରେ ଠିଆ ହୋଇଥିବା ଶ୍ରୀରାମ ବସକୁ ନାଲକୋ ଆଡୁ ଆସୁଥିବା ଏକ କାର ମୁହାଁ ମୁହିଁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡିର ସାମ୍ନାଭାଗ କ୍ଷତିଗ୍ରସ୍ତ ହୋଇଛି। ତେବେ କାରର ବେଲୁନ ବାହାରି ପଡିବାରୁ ଚାଳକ ବର୍ତ୍ତିଯାଇଥିଲେ। ଗାନ୍ଦିମାର୍ଗର କେନାଲ ଉପରେ ସରକାରୀ ରାସ୍ତା ଜବରଦଖଲକରି ଜଣେ ବ୍ୟକ୍ତି କେନାଲରୁ ପମ୍ପରେ ପାଣି ଉଠାଇ ବିଭିନ୍ନ ଗାଡ଼ି ସର୍ଭିସିଂ କରାଉଛନ୍ତି। ଯାହାଫଳରେ ସେଠାରେ ରାସ୍ତାଉପରେ ପ୍ରାୟ ସମୟରେ ବିଭିନ୍ନ ଭାରିଯାନ ଠିଆହୋଇ ରହହୁଛି। ଭୁଲ ଦିଗରେ ବସଟି ଠିଆ ହୋଇଥିବାରୁ ଏହି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ହେଁ ପୁଲିସ ବା ପୈର ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନାହାଁନ୍ତି। ତେଣୁ ପୁଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply