ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ପୌରପାଳିକାର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଭାରପ୍ରାପ୍ତ ଅଧିକାରୀ ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନା ଯୋଗ୍ୟ ପୂର୍ବତନ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକଙ୍କ ଅନ୍ୟତ୍ର ବଦଳି ହେବା ପରେ ସୁକାନ୍ତ କୁମାର ସାହୁ ଅସ୍ଥାୟୀ ଭାବେ ଦାୟିତ୍ୱରେ ଥିଲେ। ନୂଆ ପଦଭାର ନେବା ପରେ ଆଜି ପୌର ଠିକାଦାର ସଂଘ, ବଣିକ ସଂଘ, କାଉନସିଲର,ଗଣ ମାଧ୍ୟମ ପ୍ରତିନିଧି, ମହିଳା ଗୋଷ୍ଠୀ,କର୍ମଚାରୀ, ସାହିମୁରବି ମାନେ ଆସି ଶ୍ରୀ ତ୍ରିପାଠୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ତ୍ରିପାଠୀ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରି କରିବା ଦିଗରେ ଧ୍ୟାନ ଦେବେ ବୋଲି ପ୍ରକାଶ କରିଥିଲେ।ଏହାଛଡା ଅନୁଗୁଳ ସହରର ସୀମା ବୃଦ୍ଧି କରିବା ସହ ରାସ୍ତା କଡ଼ରୁ ବେଆଇନ ହୋର୍ଡିଙ୍ଗ ଉଚ୍ଛେଦ ଉପରେ ଧ୍ୟାନ ଦେବେ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ।
ଯୋଗ ଦେଲେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ
- Post published:February 7, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
