ଅନୁଗୁଳ: ଅନୁଗୁଳ ଥାନା ଅଧିକାରୀ ଭାବରେ ଇନିସପେକ୍ଟର ସତ୍ୟବ୍ରତ ରାଉତଙ୍କୁ ଅବସ୍ଥାପିତ କରାଯାଇଛି। ସମ୍ପ୍ରତି ଶ୍ରୀ ରାଉତ ତାଳଚେର ଥାନା ଆଇଆଇସି ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସ୍ଥାନରେ ଅନୁଗୁଳ ଆଇଆଇସି ରମେଶ କୁମାର ବିଷୋୟୀଙ୍କୁ ବଦଳି କରାଯାଇଛି। ସେହିପରି କଣିହାଁ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କୁ ତାଳଚେର କୋଲିୟାରୀ ଥାନା, ପାଳଲହଡା ଥାନା ଅଧିକାରୀ କିଶୋର କୁମାର ସାମଲଙ୍କୁ କଣିହାଁ ଥାନାକୁ ବଦଳି କରାଯାଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଥିବା ପରାଓ ଟୁଡୁଙ୍କୁ ପାଲଲହଡା ଆଇଆଇସି ଦାୟିତ୍ଵ ମିଳିଛି। ଏସପି ଜଗମୋହନ ମିନା ଗତକାଲି ଜିଲ୍ଳା ଇନ୍ସପେକ୍ଟର ସ୍ତରରେ ଏହି ଛୋଟ ଅଦଳବଦଳ ନିର୍ଦ୍ଦେଶ ଦେଇଛନ୍ତି।
ସତ୍ୟବ୍ରତ ରାଉତ ଅନୁଗୁଳ ଥାନା ଆଇଆଇସି
- Post published:October 6, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul