କୁରୁଡୋଲରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଚୟନ ଶିବିର ଆୟୋଜିତ

You are currently viewing କୁରୁଡୋଲରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଚୟନ ଶିବିର ଆୟୋଜିତ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କୁରୁଡୋଲପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଚୟନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୮ ଟି ବ୍ଲକର ୧୨୦ ଜଣ କ୍ରୀଡାବିତ୍ ଯୋଗ ଦେଇଥିଲେ। ମ୍ୟାନେଜର କୋଚ୍ ଓ ଅଫିସିଆଲ୍ ଭାବେ ୨୬ ଜଣ ଉପସ୍ଥିତ ହୋଇ କ୍ରୀଡା ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହ ମଞ୍ଜରୀ ଦେହୁରୀ ଯୋଗ ଦେଇ ଶାରୀରିକ ଶିକ୍ଷା ଦ୍ଵାରା ଜଣେ କ୍ରୀଡାବିତର ଶାରୀରିକ, ମାନସିକ ଓ ବନ୍ଧୁତ୍ୱ ସ୍ତରରେ ବେଶ୍ ଉନ୍ନତି ଆସିପାରେ ବୋଲି କହିଥିଲେ। ମ୍ୟାଚ୍ ଅଫିସିଆଲ୍ ଭାବେ ଦୋଳ ଗୋବିନ୍ଦ ବେହେରା, ମନୋରଞ୍ଜନ ପଟ୍ଟନାୟକ, ଟିକେଶ୍ୱର୍ ବେହେରା, ଉଗ୍ରସେନ ପ୍ରଧାନ, ଜିତେନ୍ଦ୍ର ସାହୁ, ଆଦିତ୍ୟ କୁମାର ସାହୁ ଓ ଅଶୋକ କୁମାର୍ ପଣ୍ଡା ଏବଂ ଟେବୁଲ ଅଫିସିଆଲ୍ ଭାବେ ଦୁଷ୍ମନ୍ତ କୁମାର୍ ସାହୁ, ଶରତ କୁମାର ସାହୁ, ଦୋଳ ଗୋବିନ୍ଦ ଦଳେଇ ଯୋଗ ଦେଇଥିଲେ।

ଶିବିରରୁ ଚୟନିତ ହୋଇଥିବା କ୍ରୀଡାବିତ୍ ମାନେ ଆସନ୍ତା ୧୮ ତାରିଖରେ ନବରଙ୍ଗପୁରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଫୁଟବଲ ଚୟନ ଶିବିରରେ ଯୋଗ ଦେବେ ବୋଲି ଜିଲ୍ଲା ଶାରିରୀକ ଅଧିକାରୀ ଭିକାରି ବନ୍ଧୁ ସାହୁ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ ଓ ଶାରୀରିକ ଶିକ୍ଷା ଅଧିକାରୀ ଭିକାରି ବନ୍ଧୁ ସାହୁ ସହଯୋଗ କରିଥିଲେ।

Share

Leave a Reply