ଅନୁଗୁଳ: ଅନୁଗୁଳ ଗନ୍ଧୀମାର୍ଗ ସ୍ଥିତ ଏକ ଓଡ଼ିଆ ଘରୋଇ ସ୍କୁଲରେ ଅଘଟଣ।ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରକୁ ପରିଶ୍ରାଗାରରେ ଥିବା ବେଳେ କେହି ଜଣେ କବାଟ କିଳୀ ଦେଇଥିଲେ।
ମିଳିଥିବା ସୂଚନା ଅନୁସାରେ ସ୍କୁଲ ରିସେଶରେ ତୃତୀୟ ଶ୍ରେଣୀର ଏହି ଛାତ୍ର ପରିସ୍ରା କରିବାକୁ ୟୁରିନାଲକୁ ଯାଇଥିବା ବେଳେ କେହି ଜଣେ କବାଟ ବାହାରୁ ଦେଇ ଦେଇଥିଲେ। ପିଲାଟି ଦୀର୍ଘ ଦୁଇ ଘଣ୍ଟା ଧରି କବାଟ ବାଡେଇ ଥିଲେ ମଧ୍ୟ କେହି ଶୁଣି ପାରି ନଥିଲେ। ଶେଷରେ ୟୁରିନାଲ ସଫା କରୁଥିବା ଝାଡୁଦାର ଆସି କବାଟ ଫିଟାଇ ଛାତ୍ରକୁ ଉଦ୍ଧାର କରିଥିଲେ।ସେତେବେଳକୁ ପିଲାଟି ଅଣନିଶ୍ୱାସି ହେବା ସହ ତାର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା।
ପ୍ରଶ୍ନ ଉଠୁଛି ହଜାର ହଜାର ଟଙ୍କା ନେଉଥିବା ଘରୋଇ ସ୍କୁଲ ଏତେ ଦାୟିତ୍ବହୀନ ହେଲେ କିପରି। ନିୟମ ଅନୁସାରେ ୟୁରିନଲ ପାଖରେ ସହାୟକ ଜଣେ ରହିବା କଥା। ବାଳକ ବାଳିକା ୟୁରିନାଲକୁ ଉଦ୍ଦିଷ୍ଟ ଛାତ୍ର ଅବା ଛାତ୍ରୀ ଯାଉଛନ୍ତି କି ନାହିଁ ତାହା ନିଘା ରଖିବା ତାଙ୍କର କାମ। ଏ କ୍ଷେତ୍ରରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପରିଚାଳନା ଗତ ଦକ୍ଷତାରେ ପ୍ରଶ୍ନଚିହ୍ନ ଲାଗିଛି। ହୁଏତ ଆଉ କିଛି ଅଧିକ ସମୟ ଡେରି ହୋଇଥିଲେ ପରିସ୍ଥିତି ବିଷମ ହୋଇଥାନ୍ତା। ଏ ଘଟଣା ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇଛି।