ଆସନ୍ତାକାଲି ପରୀକ୍ଷା: ଶିକ୍ଷକ ନିଯୁକ୍ତି ନେଇ ସ୍କୁଲ ଗେଟ୍ ସାମ୍ନାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

You are currently viewing ଆସନ୍ତାକାଲି ପରୀକ୍ଷା: ଶିକ୍ଷକ ନିଯୁକ୍ତି ନେଇ ସ୍କୁଲ ଗେଟ୍ ସାମ୍ନାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାଣ୍ଡସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀ, ଅଭିଭାବକ, ନାଏବ ସରପଞ୍ଚ ନଗେନ୍ ପ୍ରଧାନ, ସରପଞ୍ଚ ସବିତା ମହାଳିକ ସ୍କୁଲ ଗେଟ୍ ତାଲା ପକାଇ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୧୦୦ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। କିନ୍ତୁ ସ୍କୁଲରେ ମାତ୍ର ୪ ଜଣ ଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ଜଣଙ୍କର ଦେହ ଅସୁସ୍ଥ ଥିବାରୁ ସେ ସ୍କୁଲକୁ ଆସୁନାହାନ୍ତି। ତିନି ଜଣ ଶିକ୍ଷକରେ ସ୍କୁଲ ଚାଲୁଥିବା ବେଳେ କିଛି ବି ପାଠପଢ଼ା ହେଉ ନାହିଁ। ଆସନ୍ତା କାଲି ପରୀକ୍ଷା ଥିବାରୁ ଛାତଛାତ୍ରୀମାନେ ବାଧ୍ୟ ହୋଇ ଧାରଣା ରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ନ କରାଯିବ, ସେ ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି ପିଲାମାନେ ଦାବି କରିଛନ୍ତି।

Share

Leave a Reply