ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଳିକା ମୃତ

You are currently viewing ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଳିକା ମୃତ

ବଅଁରପାଳ: ସ୍ଥାନୀୟ ବଅଁରପାଳ ଛକରେ ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଚାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା କଣ୍ଢେଇଗୁଳା ଅଞ୍ଚଳର ସୁନିତା ସାହୁ (୩୫)।

ସୁନିତା ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମରେ ଭଡ଼ା ଘରେ ସ୍ୱାମୀ ଅଶୋକ ପାତ୍ର ଏବଂ ଦୁଇ ପୁଅଙ୍କୁ ଧରି ରହୁଥିଲେ। ସୁନିତା ଆଜି ସକାଳ ପ୍ରାୟ ୮ ଟା ସମୟରେ ବଲରାମ ପ୍ରାସାଦ ନିକଟରେ ଥିବା ଇ ଏସ୍ ଆଇ ମେଡିକାଲକୁ କୌଣସି କାମରେ ଯାଉଥିଲେ। ଏହି ସମୟରେ ତାଙ୍କ ସ୍କୁଟିକୁ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।

Share

Leave a Reply