ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର

You are currently viewing ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର କାଲଟାକ୍ସ ଛକ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ଗୋଟିଏ ବେଳେ ଏକ ସ୍କୁଟିକୁ (ଓଡ଼ି୩୫ ସି ୯୭୦୬) ଟ୍ରକ୍ ଧକ୍କା ଦେବାରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସ୍କୁଟି ଆରୋହୀ ଶିମିଲିପଡ଼ାର ସୂର୍ଯ୍ୟକାନ୍ତ ସାହୁ(୪୪) ତୁରଙ୍ଗ ପଟୁ ଅନୁଗୁଳ ଆଡ଼କୁ ଆସୁଥିବାବେଳେ କାଲଟାକ୍ସ ନିକଟରେ ସ୍କୁଟି ଆରୋହୀକୁ ପଛରୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ। ଗୁରୁତର ସୂର୍ଯ୍ୟକାନ୍ତଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଯାଇଛି।ପୂର୍ବୋକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପୁଲିସ କି ପରିବହନ ବିଭାଗ କେହି ଧ୍ୟାନ ଦେଉନାହାନ୍ତି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସର୍ବସାଧରଣରେ ଦାବି ହେଉଚି ।

Share

Leave a Reply