ସ୍କ୍ରବ ଟାଇଫଡ: ଅନୁଗୁଳ ପାଇଁ ଚିନ୍ତାର କାରଣ ନାହିଁ

You are currently viewing ସ୍କ୍ରବ ଟାଇଫଡ: ଅନୁଗୁଳ ପାଇଁ ଚିନ୍ତାର କାରଣ ନାହିଁ

ଅନୁଗୁଳ: ପଶ୍ଚିମ ଓଡ଼ିଶାରେ ଆତଙ୍କ ସୃଷ୍ଟି କରୁଥିବା ସ୍କ୍ରବ୍ ଟାଇଫସ ରୋଗରେ ୧୩ ଜଣ ଆକ୍ରାନ୍ତ ହେବା ପରେ ଏହା ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଜ୍ଵର,ମୁଣ୍ଡ ବିନ୍ଧା ସହ ସାଧାରଣ ଟାଇଫଡ ରୋଗର ଲକ୍ଷଣ ଦେଖା ଦେଇଥାଏ। ଅସଲରେ ଏହା ଏକ ବ୍ୟାକ୍ଟେରିଆ ଓରିଏଣ୍ଟ। ସୁଟସୁଗମିଶି ଦ୍ଵାରା ହୋଇଥାଏ। ଲାର୍ଭମାଇଟସ ନାମକ ଏକ ବିଷାକ୍ତ କୀଟ କାମୁଡ଼ିଲେ ଏହି ରୋଗ ମଣିଷ ଦେହକୁ ଆସିଥାଏ।

ଅନୁଗୁଳ ଏପିଡେମିଓଲୋଜିଷ୍ଟ ଡ଼ା ବିନୋଦ କୁମାର ସାହୁଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଯିବାରୁ ସେ କହିଲେ ଏହି ରୋଗ ଚିହ୍ନଟ ପାଇଁ ଆମ ହସ୍ପିଟାଲରେ କିଟ୍ ର ବ୍ୟବସ୍ଥା ରହିଛି। ଏପର୍ଯ୍ୟନ୍ତ ଏହି ରୋଗ ଅନୁଗୁଳରେ ଚିହ୍ନଟ ହୋଇ ନାହିଁ। ତେଣୁ ଜନସାଧାରଣ ଚିନ୍ତା କରିବାର କାରଣ ନାହିଁ ବୋଲି ଡ଼ା ସାହୁ ପ୍ରକାଶ କରିଛନ୍ତି ।

Share

Leave a Reply