ସ୍କୁବା ଡାଇଭିଙ୍ଗ ପ୍ରଶିକ୍ଷଣ ଆୟୋଜିତ: ସ୍କୁବା କୋଚ୍ ସବିର ବକ୍ସ ଦେଲେ ଟ୍ରେନିଂ

You are currently viewing ସ୍କୁବା ଡାଇଭିଙ୍ଗ ପ୍ରଶିକ୍ଷଣ ଆୟୋଜିତ: ସ୍କୁବା କୋଚ୍ ସବିର ବକ୍ସ ଦେଲେ ଟ୍ରେନିଂ

ଅନୁଗୁଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ଅନୁଗୁଳ ଷ୍ଟାଡିୟମ ନିକଟରେ ଥ‌ିବା ସନ୍ତରଣଗାର ଠାରେ ସ୍କୁବା ଡାଇଭିଙ୍ଗ (ଗଭୀର ସମୁଦ୍ର ବୁଡାଳି) ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଅନ୍ତର୍ଜାତୀୟ ଲିମ୍‌ବୁକ୍ ରେକଡଧାରୀ ସ୍କୁବା କୋଚ୍ ସବିର ବକ୍ସଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅତିରିକ୍ତ ଊନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଅନୁଗୁଳ ତହସିଲଦାର ଆଶିଷ କୁମାର ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply