ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ଲୋକଗୀତର ତାଳେ ତାଳେ ଝୁମିଲେ ଦର୍ଶକ

You are currently viewing ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା,  ଲୋକଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଅନୁଗୁଳ : ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ଦ୍ୱାରା ଆୟୋଜିତ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର ଆଜି ଥିଲା ଦ୍ୱିତୀୟ ଦିବସ। ଆଜି ସକାଳେ ଓଡିଶୀ ନୃତ୍ୟ ଗୁରୁ ପିତାମ୍ବର ବିଶ୍ୱାଳ,ଓଡିଶୀ କଣ୍ଠ ଶିଳ୍ପୀ ଜୀବନା ନନ୍ଦ ବରାଳ ଓ ଶାସ୍ତ୍ରୀୟ ତାଳ ବାଦ୍ୟ ଗୁରୁ ସୌମ୍ୟ ରଂଞ୍ଜନ ମହାନ୍ତି ଦୀପ ପ୍ରଜ୍ବଳନ କରି ବିଭିନ୍ନ ପ୍ରତିଯୋଗିତାକୁ ଆରମ୍ଭ କରିଥିଲେ। କିବୋର୍ଡ଼, ତବଲା, ଏକକ ଓ ଦଳଗତ ଲୋକନୃତ୍ୟରେ ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରାୟ ଦୁଇ ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ପୂର୍ବତନ ନଗରପାଳ ଅନୁଗୁଳ ଶ୍ରୀଯୁକ୍ତ ଶକ୍ତି ପ୍ରସାଦ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ କମଲେସ ବର୍ମା ଯୋଗ ଦେଇ କଳାକାର ଆମ ଅନୁଗୁଳର ଗର୍ବ ଆଉ ଗୌରବ। ଆମ ଜିଲ୍ଲାର କଳା ସଂସ୍କୁତି,ପରମ୍ପରାକୁ ବଜାୟ ରଖିବାରେ କଳାକାରର ଉଦ୍ୟମ ପ୍ରଶଂସାଯୋଗ୍ୟ।ବିଚାରକ ମାନଙ୍କୁ କଳାକାର ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା |ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ, ଡ଼. କୃଷ୍ଣ ଚନ୍ଦ୍ର ଦାସ, କ୍ଷୀରୋଦ ପାତ୍ର ଉପସ୍ଥିତ ଥିଲେ | ସଭା ପରେ ଦଳଗତ ଲୋକ ନୃତ୍ୟରେ ଦର୍ଶକ ବିମୋହିତ ହୋଇଥିଲେ। ସମ୍ବଲପୁରୀ, ବିହୁ, ଆସାମୀ, ଆଦିବାସୀ ଗୀତର ତାଳେ ତାଳେ ପ୍ରତିଯୋଗୀଙ୍କ ମନ ମୁଗ୍ଧ କର ନୃତ୍ୟ ଉପସ୍ଥିତ ଦର୍ଶକ ଭରପୁର ମନୋରଞ୍ଜନ କରିଥିଲେ।

Share

Leave a Reply