ଅନୁଗୁଳ ନିର୍ବାହୀ ଅଧିକାରୀଙ୍କୁ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରଶଂସା

You are currently viewing ଅନୁଗୁଳ ନିର୍ବାହୀ ଅଧିକାରୀଙ୍କୁ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରଶଂସା

ଅନୁଗୁଳ: ଅନୁଗୁଳ ପୌରପାଳିକାର ଲକ୍ଷ୍ମଣ ଗୋଚ୍ଛାୟତ ନାମକ ସଫେଇ କର୍ମଚାରୀଙ୍କ ଗତ ୩୦ ତାରିଖ ଦିନ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହକୁ ଯେଭଳି ଢଙ୍ଗରେ ପାଳନ କରାଗଲା ସେଥିନେଇ ନଗରଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ନିର୍ବାହୀ ଅଧିକାରୀଙ୍କୁ ବେଶ ପ୍ରଶଂସା କରିଛନ୍ତି।ଶ୍ରୀମତୀ ପାଢ଼ୀ କହିଛନ୍ତି ଗତାନୁଗତିକ ବିଦାୟ ସଭାକୁ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଯେଭଳି ଉତ୍ସାହପ୍ରଦ, ଆତ୍ମସମ୍ମାନ, ରୁଚିପୂର୍ଣ୍ଣ ଏବଂ ମାନବିକତାର ସ୍ପର୍ଶ ଦେଇ ପାଳନ କଲେ ତାହା ଗର୍ବର ବିଷୟ ଏବଂ ରାଜ୍ୟର ବିଭାଗ ପାଇଁ ସବୁଦିନ ଏକ ଉଜ୍ଜ୍ୱଳ ଉଦାହରଣ ହୋଇ ରହିବ। ସଫେଇ କର୍ମଚାରୀ ହେଉଛନ୍ତି ପୌରପାଳିକାର ଆଗଧାଡିର ସୈନିକ।ସେମାନଙ୍କ ସୁଖଦୁଃଖରେ ସାମିଲ ହେବା, ନେତୃତ୍ୱ ନେଇ ସେମାନଙ୍କ ଦ୍ୱାରା କାର୍ଯ୍ୟ ହାସଲ କରାଇବା ଅଧିକାରୀ ମାନଙ୍କ ପ୍ରମୁଖ ଦାୟିତ୍ଵ। ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀ ଉଚ୍ଚ ମାନବିକ ମୂଲ୍ୟବୋଧ ପ୍ରଦର୍ଶନ କରି ଲକ୍ଷ୍ମଣଙ୍କୁ ଯେଭଳି ବିଦାୟ ସମ୍ବର୍ଦ୍ଧନା ଦେଲେ ତାହା ରାଜ୍ୟ ନଗର ଉନ୍ନୟନ ବିଭାଗରେ ଏକ ଗୌରବମୟ ପରମ୍ପରା ଆରମ୍ଭ କରିଛି। ମୁଁ ଆଶା କରିବି ଶ୍ରୀ ତ୍ରିପାଠୀ ଙ୍କ ଏହି ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ବିଚାରଧାରା ଅନ୍ୟ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।

ଏଠାରେ ସୂଚନା ଯୋଗ୍ୟ ସଫେଇ କର୍ମଚାରୀ ଲକ୍ଷ୍ମଣଙ୍କ ଶେଷ ଦିନରେ ତାଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଦେବା ସହ ତାଙ୍କୁ ଏକ ତାରକା ହୋଟେଲ ନିଜ ଗାଡିରେ ନେଇ ଯେଭଳି ଚର୍ଚ୍ଚା କରିଥିଲେ ତାହା ସମଗ୍ର ରାଜ୍ୟରେ ଏକ ଗୌରବପୂର୍ଣ୍ଣ ପରମ୍ପରା ଭାବେ ପରିଗଣିତ ହେବା ସହ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କୁ ଏଥିପାଇଁ ଅନେକ ପ୍ରଶଂସା ମିଳିଥିଲା ।

Share

Leave a Reply