ପଞ୍ଚାୟତ କାର୍ଯ୍ୟାଳୟରେ ଚୋରା କାଠ, ୨୫ ଟି ଶାଳ ବଲହା ଜବତ କଲା ଜରପଡ଼ା ବନବିଭାଗ

You are currently viewing ପଞ୍ଚାୟତ କାର୍ଯ୍ୟାଳୟରେ ଚୋରା କାଠ, ୨୫ ଟି ଶାଳ ବଲହା ଜବତ କଲା ଜରପଡ଼ା ବନବିଭାଗ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ ବସନ୍ତପୁର ପଞ୍ଚାୟତ କାର୍ଯ୍ୟାଳୟରୁ ୨୫ ଟି ଶାଳ ବଲହା ଜବତ କରିଛି ଜରପଡ଼ା ବନ ବିଭାଗ।
ସୂଚନା ମୁତାବକ, ବସନ୍ତପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ସରକାରୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଘରର ଛାତ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଜଙ୍ଗଲରୁ ୨୫ଟି ଶାଳ ବଲହା ବେଆଇନ ଭାବେ କାଟି ଆଣି ପଞ୍ଚାୟତ କାର୍ଯ୍ୟାଳୟରେ ରଖାଯାଇଥିଲା। ଖବର ପାଇ ଜରପଡା ବନାଞ୍ଚଳର ବନପାଳ ଲିଙ୍କରାଜ ଦେହୁରୀ ଚଢ଼ାଉ କରି ପଞ୍ଚାୟତ କାର୍ଯ୍ୟାଳୟରୁ ୨୫ଟି ଶାଳ ବଲହା ଜବତ କରି ପିକଅପ ଭ୍ୟାନରେ ନେଇ ଯାଇଥିଲେ। ଏହି କାଠ ଗୁଡିକ ଜଙ୍ଗଲରୁ ପଞ୍ଚାୟତ କାର୍ଯ୍ୟାଳୟକୁ କେମିତି ଆସିଲା ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବନପାଳ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Share

Leave a Reply