ଅନୁଗୁଳ: ଆଜି ସ୍ଥାନୀୟ ହେମସୁରପଡା ଦୁର୍ଗାପୂଜା କମିଟିର ଚଳିତ ବର୍ଷ (୨୦୨୩-୨୪) ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।
ହେମସୁରପଡ଼ା ସ୍ଥିତ ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ଚଳିତ ବର୍ଷ ସଭାପତି ଭାବେ ଅମରେଶ ସ୍ୱାଇଁ, ଉପସଭାପତି ( ୧) ରାମଚନ୍ଦ୍ର ଜେନା, ଉପସଭାପତି (୨) ଅନୀଲ ଭୂୟାଁ, ସାଧାରଣ ସମ୍ପାଦକ ଭାବେ ମନୋରଞ୍ଜନ ଜେନା, ସହସମ୍ପାଦକ (୧) ଅଶୋକ ଦଳବେହେରା, ସହସମ୍ପାଦକ (୨) ଜୟନ୍ତ ଜେନା, ସହସମ୍ପାଦକ ( ୩) ଅଶ୍ୱିନୀ ଦଲବେହେରା, ସହସମ୍ପାଦକ (୪) ଭାବଗ୍ରାହୀ ଜେନା, ସହସମ୍ପାଦକ (୫)ସେକ ଗରିବୁଲା ଏବଂ କୋଷାଧ୍ୟକ୍ଷ ଭାବେ ବିଭୁତି ଦଳବେହେରାଙ୍କୁ ଚୟନ କରାଯାଇଛି। ଏଥିସହ ଆଠ ଜଣ ଉପଦେଷ୍ଟାଙ୍କୁ ଚୟନ କରାଯାଇଛି।
ଚଳିତ ବର୍ଷ ଶାନ୍ତିଶୃଙ୍ଖଳା ସହିତ ଦୁର୍ଗାପୂଜା ଅନୁଷ୍ଠିତ ହେବ ବୋଲି ନୂତନ କର୍ମକର୍ତ୍ତା ପ୍ରତିଶ୍ରୁତି ଦେଇଛନ୍ତି।