ବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

You are currently viewing ବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

ଅନୁଗୁଳ: ବଅଁରପାଳ ସାମ୍ବାଦିକ ସଂଘ ତରଫରୁ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ବରିଷ୍ଠ ସାମ୍ବାଦିକ ଅଖିଳ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି।

ପ୍ରଥମେ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ରାଜେଶ କୁମାର ନାୟକଙ୍କ ଅକାଳ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମୂହ ଦୀପଦାନ ସହ ନୀରବ ପ୍ରାର୍ଥନା କରା ଯାଇଥିଲା l ସର୍ବ ସମ୍ମତ୍ତିକ୍ରମେ ପୂର୍ବରୁ ଥିବା କମିଟିକୁ ଭାଙ୍ଗି ନୂତନ କମିଟି ଗଠନ କରା ଯାଇଥିଲା l ସଂଘର ସଭାପତି ଭାବେ ଅଖିଳ କୁମାର ମହାପାତ୍ର, ସମ୍ପାଦକ ଶଶାଙ୍କ ଶେଖର ସାମଲ, କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ବିଶୋଇ, ଉପ ସଭାପତି ରୁଦ୍ରମୋହନ ସାହୁ, ସହ ସମ୍ପାଦକ ତ୍ରିଲୋଚନ ନାଏକ, କ୍ଷୀରୋଦ ବେହେରା, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାମଲ, ସଂଯୋଜକ ସଞ୍ଜୀବ ପାଇକ ଓ ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ହେମନ୍ତ କୁମାର ସାହୁଙ୍କୁ ମନୋନୀତ କରାଯାଇଛି।

ଅନ୍ୟ ମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ସାମଲ, ତାପସ କୁମାର ଜେନା, ଚୈତନ୍ୟ ସାହୁ, ସୁଧାକର ସାହୁ, ସୁବ୍ରତ ସାମଲ, ଲଲାଟେନ୍ଦୁ ନାଏକ ଓ ବିଭାସ କୁମାର ସାମଲ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply