ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ ହୋଇଛି। ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ପ୍ରଧାନ ଯୋଗ ଦେଇ ଉଦଘାଟନ କରିବା ସହ ଛାତ୍ରୀଙ୍କୁ ସବୁବେଳେ ସୁରକ୍ଷା ଦେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ ଅଧ୍ୟାପିକା କ୍ରିଷ୍ଣା ରାଣୀ ସାହୁ, ଅଧ୍ୟାପକ ଜ୍ଞାନେନ୍ଦ୍ର ବିଶ୍ଵାଳ ଯୋଗ ଦେଇଥିଲେ। ଏଥିରେ ୭୩ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରିୟଦର୍ଶିନୀ ପ୍ରଧାନ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।
ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ, ପ୍ରଶିକ୍ଷଣ ନେଲେ ୭୩ ଛାତ୍ରୀ
- Post published:January 7, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
