ବରିଷ୍ଠ ଆଇନଜୀବି ଭୁପେଶ ପ୍ରଧାନଙ୍କ ମାତୃ ବିୟୋଗ

You are currently viewing ବରିଷ୍ଠ ଆଇନଜୀବି ଭୁପେଶ ପ୍ରଧାନଙ୍କ ମାତୃ ବିୟୋଗ

ଅନୁଗୁଳ: ଅନୁଗୁଳର ବରିଷ୍ଠ ଆଇନଜୀବି ତଥା କଳାକାରର ପୂର୍ବତନ ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ମା’ ମଞ୍ଜୁରାଣୀ ପ୍ରଧାନଙ୍କର ଗତ ଗୁରୁବାର ସନ୍ଧ୍ୟା ଆଠ ଘଟିକା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କୁ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବର୍ଗତା ପ୍ରଧାନଙ୍କ ମରଶରୀରକୁ ଅନୁଗୁଳ ସ୍ଥିତ ବାସଭବନକୁ ଅଣାଯିବା ପରେ ବହୁ ଲୋକଙ୍କ ଅନ୍ତିମ ଦର୍ଶନ ପାଇଁ ଭିଡ଼ ଦେଖିବାକୁ ମିଳିଥିଲା।

ବହୁ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା, ଅନୁଗୁଳ ବାରର କର୍ମକର୍ତ୍ତା ,ବୁଦ୍ଧିଜୀବୀ ସ୍ବର୍ଗତା ପ୍ରଧାନଙ୍କୁ ଅନ୍ତିମ ଦର୍ଶନ କରିଥିଲେ।ସ୍ବର୍ଗତ ପ୍ରଧାନ ଜଣେ ଧର୍ମପରାୟଣ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ।ମୃତ୍ୟୁବେଳକୁ ତାଙ୍କପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସ୍ୱର୍ଗତା ପ୍ରଧାନଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସ୍ଥାନୀୟ କରଡ଼ା ଗାଡିଆ ଶ୍ମଶାନରେ କରାଯାଇଥିଲା।

Share

Leave a Reply