ସାଇକେଲରେ କୋଇଲା ଚୋରାଇ ନେବା ବେଳେ ମାଡ଼ି ବସିଲା ପୋଲିସ, ୭ ଗିରଫ

You are currently viewing ସାଇକେଲରେ କୋଇଲା ଚୋରାଇ ନେବା ବେଳେ ମାଡ଼ି ବସିଲା ପୋଲିସ, ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଥାନା ସମ୍ମୁଖରେ ଥିବା ଛକରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ ଯାନବାହନ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ୭ ଜଣ ସାଇକେଲ ଆରୋହୀ ତିନି ବସ୍ତା କୋଇଲା ନେଉଥିଲେ। ସେମାନଙ୍କୁ ଅଟକାଇ ଯାଞ୍ଚ କରିବା ସହିତ କୋଇଲାର କାଗଜପତ୍ର ମାଗିବା ପରେ ସେମାନେ ଦେଖାଇ ପାରିନଥିଲେ।

ପଚରାଉଚରା ବେଳେ ସେମାନେ ଲିଙ୍ଗରାଜ ଏବଂ ଜଗନ୍ନାଥ ଖଣିରୁ ବେଆଇନ ଭାବେ କୋଇଲା ଆଣି ବିକ୍ରି କରୁଥିବା ମାନିଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ହାଣ୍ଡିଧୂଆଁର ବାନା ବେହେରା, ବୁଢ଼ାପଙ୍କର ବିଜୟ ନାଏକ, କନ୍ଦର୍ପ ସାମଲ, ଅପତ୍ତିପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ, ଗୋତମରା ଗ୍ରାମର ଜ୍ଞାନୀ ବରାହ, ମହେଶ୍ଵର ନାଏକ, ନିରାକାରପୁର ଅଞ୍ଚଳର ରାଜେନ୍ଦ୍ର ନାଏକ। ଅଭିଯୁକ୍ତ ଙ୍କ ଠାରୁ ପାଖାପାଖି ୧୪ କ୍ୱିଣ୍ଟାଲ କୋଇଲା ଓ ୭ ଟି ସାଇକେଲ ଜବତ କରି ପୋଲିସ ସେମାନଙ୍କୁ କୋର୍ଟଚାଲାଣ କରିଛି।

Share

Leave a Reply