ଆହାର ଯୋଜନାକୁ ୭ ବର୍ଷ: ଇତି ମଧ୍ୟରେ ୧୨କୋଟି ଲୋକଙ୍କୁ ଅନ୍ନ ଦେଲେଣି ସରକାର

You are currently viewing ଆହାର ଯୋଜନାକୁ ୭ ବର୍ଷ: ଇତି ମଧ୍ୟରେ ୧୨କୋଟି ଲୋକଙ୍କୁ ଅନ୍ନ ଦେଲେଣି ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆହାର ଯୋଜନାକୁ ପୂରିଛି ୭ ବର୍ଷ। ୨୦୧୫ ଏପ୍ରିଲ ୧ ଉତ୍କଳ ଦିବସରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଇତି ମଧ୍ୟରେ ୧୨ କୋଟି ଲୋକଙ୍କ ପେଟକୁ ଅନ୍ନ ଦେଇସାରିଲେଣି ସରକାର। ଗରିବ ଓ ଅଭାବୀ ଲୋକଙ୍କୁ ସୁଲଭ ଦରରେ ଭୋଜନ ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଏହି ଯୋଜନା ଆଣିଥିଲେ। ଏହି ଯୋଜନାରେ ଲୋକଙ୍କୁ ମାତ୍ର ୫ ଟଙ୍କାରେ ପେଟ ପୂରା ଖାଇବା ଦିଆଯାଉଛି। ତେବେ କେବଳ ଗାଁରେ ନୁହେଁ ସହରାଞ୍ଚଳରେ ବି ଏହି ଯୋଜନା ବେଶ୍ ଲୋକପ୍ରିୟତା ହାସଲ କରିଛି।

ସହରାଞ୍ଚଳରେ ଡାକ୍ତରଖାନା, ବସଷ୍ଟାଣ୍ଡ, ରେଳ ଷ୍ଟେସନ ସମେତ ପ୍ରମୁଖ ଛକ ମାନଙ୍କରେ ଆହାର କେନ୍ଦ୍ର ଖୋଲା ଯାଇଛି। ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ଲକ୍ଷ ଲକ୍ଷ ଲୋକଙ୍କୁ ଦୁଇ ଓଳି ଭାତ, ଡାଲମା ଯୋଗାଇଦେଉଛି। ଫଳରେ କୌଣସି ଲୋକ ଉପାସରେ ଶୋଉନାହାଁନ୍ତି।

ଏବେ ୩୦ଟି ଜିଲ୍ଲାରେ ୧୬୭ଟି ଆହାର କେନ୍ଦ୍ର ଖୋଲା ଯାଇଥିବାବେଳେ ୫୮ଟି କେନ୍ଦ୍ରରେ ଉଭୟ ରାତି ଓ ଦିନରେ ଖାଦ୍ୟ ଯୋଗାଇ ଦିଆଯାଉଛି। ଏସବୁ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମିଲର୍ସ ମାଲିକ ସଂଘ ଆଦି ରହିଛନ୍ତି।

Share

Leave a Reply