ନାଲକୋରେ କାୟା ମେଲାଇଥିବା ସେକ୍ସ ରାକେଟ ଠାବ, ୫ ଦେହଜୀବୀଙ୍କ ସହିତ ଜଣେ ଗ୍ରାହକ ଗିରଫ

You are currently viewing ନାଲକୋରେ କାୟା ମେଲାଇଥିବା ସେକ୍ସ ରାକେଟ ଠାବ, ୫ ଦେହଜୀବୀଙ୍କ ସହିତ ଜଣେ ଗ୍ରାହକ ଗିରଫ

ଅନୁଗୁଳ: ନାଲକୋରେ କାୟା ମେଲାଇଥିବା ସେକ୍ସ ରାକେଟର ରାଣୀ ମହୁମାଛି ସମେତ ୫ ଦେହଜୀବୀ ଓ ଜଣେ ଗ୍ରାହକ ଗିରଫ। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ସ୍ଥିତ ଅସ୍ଥାୟୀ ବସଲା ହଡ଼ିଂ ରେ ଦୀର୍ଘ ଦଶ ବର୍ଷରୁ ଅଧିକ ସମୟ ହେବ ଏହି ସେକ୍ସ ରାକେଟ ଚାଲିଥିଲା।

ସ୍ପେଶାଲ ସ୍କ୍ୱାର୍ଡ ସହିତ ନାଲକୋ ପୋଲିସ ରାଣୀ ମହୁମାଛି ଝରଣାର ସେକ୍ସ୍ ରାକେଟକୁ ଠାବ କରି ପାଞ୍ଚ ଜଣ ରୂପଜୀବୀଙ୍କୁ ଗିରଫ କରିଛନ୍ତି। ଏକ ଆଜବେଷ୍ଟସ ଘରେ ଅନେକ ଦିନ ଧରି ଏଭଳି କାର୍ଯ୍ୟ ଚଳାଇ ଆସୁଥିଲେ ମଧ୍ୟ ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇପାରୁ ନଥିଲା।

ଅନୁଗୁଳର ନୂତନ ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵାବଧାନରେ ଗଠିତ ଏକ ସ୍ପେଶାଲ ସ୍କ୍ୱାର୍ଡ ତିନି ଦିନରୁ ଅଧିକ ସମୟ ହେବ ଏହି ସେକ୍ସ୍ କାରବାର ଉପରେ ନଜର ରଖିଥିଲେ। କିଛି ପୋଲିସ ଗ୍ରାହକ ଭାବେ ଝରଣାକୁ ଫୋନ କରିବା ସହ ତାଙ୍କୁ ଟ୍ରାକ କରିଥିଲେ। ଗତକାଲି ଅପରାହ୍ନରେ ନାଲକୋ ପୋଲିସ ସହିତ ସ୍ପେଶାଲ ସ୍କ୍ୱାର୍ଡ ପୋଲିସ ମିଳିତ ଭାବେ ଚଢ଼ଉ କରି ଅସଂଯତ ଅବସ୍ଥାରେ ପାଞ୍ଚ ଦେହଜୀବୀଙ୍କୁ ଗିରଫ କରିବା ସହିତ ଗୋତମରା ଗ୍ରାମର ବିଜୟ ଗୋଚ୍ଛାୟତ(୨୮)ଙ୍କୁ ଗିରଫ କରିଛନ୍ତି।

ଗିରଫ ମହିଳାଙ୍କ ମଧ୍ୟରେ ଜଣେ ବଙ୍ଗୀୟ ଯୁବତୀଙ୍କ ସହ ଅନ୍ୟ ଚାରି ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି। ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ, ସେକ୍ସ୍ ଟାବଲେଟ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି। ତେବେ ଝରଣା ଗ୍ରାହକଙ୍କ ମନ ଜାଣି ଦୁଇ ଶହରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଭଳିକି ଭଳି ଝିଅ ଆଣି ଗ୍ରାହକଙ୍କୁ ଯୋଗାଉଥିବା ପୋଲିସ ଜାଣିବାକୁ ପାଇଛି। ପୋଲିସ ସେମାନଙ୍କ ନିକଟରୁ ପାଞ୍ଚଟି ମୋବାଇଲ ଫୋନ୍ ଓ ଗୋଟିଏ ଅଟୋ ମଧ୍ୟ ଜବତ କରିଛି।

Share

Leave a Reply