ଅନୁଗୁଳ: ଅନୁଗୁଳ ମେଡ଼ିକାଲ ପୁରୁଣା ଡାକ୍ତର କଲୋନୀ ପରିସରରେ ଥିବା ଏକ ବଡ଼ ଶାଗୁଆନ ଗଛକୁ ଶନିବାର ରାତିରେ ଚୋର ମାନେ କାଟି ନେଇଯିବାକୁ ଉଦ୍ୟମ କରି ବ୍ୟର୍ଥ ହୋଇଛନ୍ତି। ଗଛ ପଡ଼ିବାର ଶବ୍ଦ ଶୁଣି ସିକ୍ୟୁରିଟି ଗାର୍ଡ ମାନେ ପହଞ୍ଚିଯିବାରୁ ଗଣ୍ଡିକୁ ଛାଡି ଚୋରମାନେ ପଳାଇଥିଲେ।ଏଥିନେଇ ପୁଲିସକୁ ଖବର ଦିଆଯାଇଥିଲା ।ପୁରୁଣା କଲୋନୀର କ୍ୱାର୍ଟର ଗୁଡ଼ିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ଏହାର ସୁଯୋଗରେ ଚୋର ମାନେ କେତେବେଳେ ପଙ୍ଖା,କବାଟ ଝରକା ତ ଆଉ କେତେବେଳେ ଅନ୍ୟ ଜିନିଷ ନେବାକୁ ଉଦ୍ୟମ କରୁଛନ୍ତି।
ମେଡ଼ିକାଲ ଭିତରୁ ଶାଗୁଆନ ଗଛ ଚୋରି ଉଦ୍ୟମ
- Post published:January 16, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul