ବେଆଇନ ଚାଲାଣ ବେଳେ ଅଟୋ ସହ ୨୩ଖଣ୍ଡ ଶାଳ ଚୌକାଠ ଜବତ, ୨ ଗିରଫ

You are currently viewing ବେଆଇନ ଚାଲାଣ ବେଳେ ଅଟୋ ସହ ୨୩ଖଣ୍ଡ ଶାଳ ଚୌକାଠ ଜବତ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ନୂଆଗାଁ ଗ୍ରାମ ନିକଟରୁ ବନବିଭାଗ ଚଢ଼ଉ କରି ୨୩ଖଣ୍ଡ ଶାଳ ଚୌକାଠ ବୋଝେଇ ଅଟୋ ସହିତ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ କାଠ ବ୍ୟବସାୟୀମାନେ ହେଲେ ମାମୁରିଆ ଗାଁର ପଞ୍ଚୁ ଖିଲାର ଓ ସପୋଇସାହି ଗାଁର ପ୍ରଫୁଲ୍ଲ ଭୂତିଆ।

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ବନବିଭାଗ ବେଆଇନ ଭାବେ କାଠ ଚୋରାଚାଲାଣ ହେଉଥିବା ଖବର ପାଇ ନୂଆଗାଁ ନିକଟରେ ଜଗିଥିଲେ। ଏହି ସମୟରେ ଏକ ଅଟୋ ଆସୁଥିବା ଦେଖି ବନବିଭାଗ ଅଟକାଇ ଯାଞ୍ଚ କରିବା ବେଳେ ୨୩ଟି ଶାଳ ଚୌକାଠ ଥିବା ଦେଖିଥିଲେ। ବନବିଭାଗ ସେମାନଙ୍କୁ କାଠ ଚାଲାଣ ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ମାଗିଥିଲେ। କିନ୍ତୁ ସେମାନେ ଦେଖାଇ ନ ପାରିବାରୁ ବନବିଭାଗ ଉଭୟଙ୍କୁ ଗିରଫ କରିବା ସହ ଗାଡ଼ି ଜବତ କରିଛି।

Share

Leave a Reply