ସ୍ୱାସ୍ଥ୍ୟଗତ କାରଣରୁ ତାଳଚେର ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ, କାର୍ଯ୍ୟକ୍ରମ ସ୍ଥଗିତ

You are currently viewing ସ୍ୱାସ୍ଥ୍ୟଗତ କାରଣରୁ ତାଳଚେର ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ, କାର୍ଯ୍ୟକ୍ରମ ସ୍ଥଗିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରକୁ ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଜାନୁଆରୀ ୧ ରେ ଥିବା କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ଦେଉଳବେଡା ଡିସିଆଇ କ୍ଲବ ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତି ପକ୍ଷରୁ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତି ଅଧ୍ୟକ୍ଷ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ବତୀଙ୍କ ଉପସ୍ଥିତିରେ ଆଦିତ୍ୟ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଏହା କହିଛନ୍ତି।
ସେ କହିଛନ୍ତି, ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଶ୍ରୀ ଶଙ୍କରାଚାର୍ଯ୍ୟ ହଠାତ୍ ଅସୁସ୍ଥ ହୋଇ ରାୟପୁରରେ ଏମସରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଗମନା ଗମନ ଉପରେ ରୋକ ଲାଗିଛି। ଏଣୁ ସ୍ଵାମୀଜୀଙ୍କ ତାଳଚେର ଆସିବା କାର୍ଯ୍ୟକ୍ରମ ସ୍ଥଗିତ ରହିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ତାଳଚେର ଆସି ହିନ୍ଦୁରାଷ୍ଟ୍ର ମହାଧିବେଶନରେ ଯୋଗଦେବେ ବୋଲି ସେ କହିଥିଲେ।ଏଥିସହ ହିନ୍ଦରାଷ୍ଟ୍ର ମହାଧିବେଶନ କାର୍ଯ୍ୟକ୍ରମକୁ ଆଗାମୀ କିଛିଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ସମିତିର ସଂଯୋଜକ ପର୍ଶୁରାମ ବାରିକ, ଉପାଧ୍ୟକ୍ଷ ପଣ୍ଡିତ ରୋହିତ ଦାସ, ଅନୁଗୁଳ ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ସଂଗଠନ ସଚିବ ତଥା ସ୍ୱାଗତ ସମିତି ଉପାଧ୍ୟାକ୍ଷ ବରୁଣ କୁମାର ସାହୁ, ସମ୍ପର୍କ ସଚିବ ସୌରୀ ରଞ୍ଜନ ପଣ୍ଡା, ସ୍ୱାଗତ ସମିତି ସମ୍ପାଦକ ତଥା ଆଦିତ୍ୟ ବାହିନୀ ତାଳଚେରର ସଭାପତି ବୃନ୍ଦାବନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply