ହାତୀ ଆକ୍ରମଣରେ ମୃତ ଚାରି ଜଣଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ

You are currently viewing ହାତୀ ଆକ୍ରମଣରେ ମୃତ ଚାରି ଜଣଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ

ଅନୁଗୁଳ: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅନୁଗୁଳ ଗସ୍ତରେ ଆସି ଗତ କାଲିର ହାତୀ ଆକ୍ରମଣରେ ଚାରି ମୃତକଙ୍କ ପରିବାରକୁ ଭେଟିଛନ୍ତି। ଏ ଅବସରରେ ସେ ଗୋଟେ ହାତୀ ଚାରୋଟି ଗାଁରେ ପଶି ୪ ଜଣଙ୍କ ଜୀବନ ନେବା ପରେ ବି ବନ ବିଭାଗ ଚୁପ ଥିବା ଘଟଣାକୁ ନିନ୍ଦା କରିଛନ୍ତି। ଏଥିସହ ମୃତକଙ୍କ ପାଇଁ କୋଡିଏ ଲକ୍ଷ ଟଙ୍କା ଦେବା ସହ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଛନ୍ତି।

ଏ ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, ଜାତୀୟ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରା, ଜିଲ୍ଲା କଂଗ୍ରେସ ଉପସଭାପତି ଚିତ୍ତରଞ୍ଜନ ନାଏକ, ତପନ ପ୍ରଧାନ, ରାଜ୍ୟ ଓବିସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ, ରାଜ୍ୟ ଏସସି ସେଲ ଆବାହକ ଟିକନ ବେହେରା, ଜିଲ୍ଲା ଆଇନ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ନାଥ ମିଶ୍ର, ମିଡ଼ିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ ସାହୁ, ସନ୍ତୋଷ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବଲବୀର ସିଂହ, ରାକେଶ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ବିନୀ ବିଶ୍ବାଳ, ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର, ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ ମାଝୀ, ବ୍ଲକ ସଭାପତି ଅମୂଲ୍ୟ ବେହେରା ପ୍ରମୁଖ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

Share

Leave a Reply