ଶିକ୍ଷକପଡ଼ା ଲକ୍ଷ୍ମୀପୂଜା କମିଟି: ସଭାପତି ନିରୋଜ, ସମ୍ପାଦକ ସମୀର

You are currently viewing ଶିକ୍ଷକପଡ଼ା ଲକ୍ଷ୍ମୀପୂଜା କମିଟି: ସଭାପତି ନିରୋଜ, ସମ୍ପାଦକ ସମୀର

ଅନୁଗୋଳ: ସହରର ବହୁ ପୁରାତନ ଶିକ୍ଷକପଡ଼ା ପଦ୍ମାଳୟା ପୂଜା କମିଟିର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଶିକ୍ଷକପଡ଼ା କ୍ଲବ ପରିସରରେ ଅନୁଷ୍ଠିତ ବୈଠକରେ ପୂର୍ବତନ ସଭାପତି ବୈକୁଣ୍ଠ ରାଉତ ବାର୍ଷିକ ଆୟବ୍ୟୟ ବିବରଣୀ ପାଠ କରିଥିଲେ। ଚଳିତ ବର୍ଷ ପାଇଁ ସଭାପତି ଭାବେ ନିରୋଜ ପ୍ରଧାନ ଓ ସମ୍ପାଦକ ଭାବେ ସମୀର ମିଶ୍ର ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି।

ସେହିପରି ଉପସଭାପତି ଭାବେ ପ୍ରକାଶ ତ୍ରିପାଠୀ, ସହ ସମ୍ପାଦକ ଭାବେ ଗତିକୃଷ୍ଣ ସାହୁ ଓ କ୍ଷୀରୋଦ ରାଉତ, କୋଷାଧ୍ୟକ୍ଷ ଭାବେ ଧୀରେନ ବିଶ୍ୱାଳ ଏବଂ ସହ କୋଷାଧ୍ୟକ୍ଷ ଭାବେ ମନୋଜ ଦାସ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ମା’ଙ୍କ ପୂଜାକୁ ଆକର୍ଷଣୀୟ ଓ ସୁରୁଖୁରୁରେ ପାଳନ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

Share

Leave a Reply