ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ଦିନର ଦାବି ପରେ ମଙ୍ଗବାର ଜୋତା ବକ୍ସର ବ୍ୟବସ୍ଥା କରାଯାଇଛି। ଚିକତ୍ସାଳୟରେ ପ୍ରାୟ ୨୦୦ ରୋଗୀଙ୍କ ରବିବାପାଇଁ ବ୍ୟବସ୍ଥା ଥିବାବେଳେ ରୋଗୀଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଚପଲ,ଜୋତା ନୀତି ଚୋରି ହେଉଥିବା ଅଭିଯୋଗ ହେଉଥିଲା । ପ୍ରଥମ ଦଫାରେ ୬୦ ରୋଗୀଙ୍କ ଜୋତା ରଖିବା ପାଇଁ ଜୋତା ବକ୍ସର ବ୍ୟବସ୍ଥା କରା ଯାଇଥିବା ବେଳେ ପରେ ଏହାକୁ ବୃଦ୍ଧି କରାଯିବ ବୋଲି ପ୍ରକାଶ କରିଛନ୍ତି ଏଡିଏମଓ ଡ଼ା ମାନସ ରଂଜନ ବିଶ୍ୱାଳ ।ସେହିଭଳି ଅନ୍ତର୍ବାସି ରୋଗୀଙ୍କ ଲୁଗା, ଶାଢ଼ୀ ସୁଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଉଛି ବୋଲି ଡ଼ା ବିଶ୍ୱାଳ ପ୍ରକାଶ କରିଛନ୍ତି । ଏହା ପୁର୍ବରୁ ରୋଗୀମାନେ ଏଣେତେଣେ ଲୁଗା ସୁଖାଇବା ଦ୍ୱାରା ଚିକିତ୍ସାଳୟର ସୌନ୍ଦର୍ଯ୍ୟହାନୀ ଘଟୁଥିଲା।
ଜିଲ୍ଲା ଚିକିତ୍ସାୟରେ ଜୋତା ବକ୍ସର ବ୍ୟବସ୍ଥା
- Post published:December 7, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul