ଉନ୍ମୋଚନ ହେଲା ଖୋ-ଖୋ ଚମ୍ପିଆନସିପ୍ ଟ୍ରଫି

0

ଅନୁଗୁଳ : ଅନୁଗୁଳ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ବରିଷ୍ଠ ବିଭାଗ ରାଜ୍ୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥି ପାଇଁ ଖେଳାଳୀ ମାନେ ୧୨ ତାରିଖ ଅପରାହ୍ନ ୪ ଘଟିକା ସୁଦ୍ଧା ପଞ୍ଜିକରଣ କରିବେ। ୧୫ ତାରିଖରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଯୁବକମାନଙ୍କ ନିକଟରେ ଥିବା ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଦର୍ଶନୀୟ ଭାବେ ଅନୁଗୁଳ ଷ୍ଟାଡିୟମରେ ଏହି ଖୋ-ଖୋ ଖେଳ ଆୟୋଜନ ହେବ। ଏଥିପାଇଁ ମଙ୍ଗଳବାର ଚମ୍ପିଆନସ୍ ଟ୍ରଫି କୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ଏଥିରେ ରାଜ୍ୟ ଖୋ-ଖୋ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର, କୋଷାଧ୍ୟକ୍ଷ ପାର୍ଥ ସାରଥି ମହାପାତ୍ର, ସଭ୍ୟ ମିନତୀ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ସମେତ ବିଭିନ୍ନ କ୍ରୀଡା ପ୍ରଶିକ୍ଷକ ଓ ଶିକ୍ଷକମାନେ ଯୋଗ ଦେଇଥିଲେ। ରାଜ୍ୟ ସ୍ତରୀୟ ଚମ୍ପିଆନସିପ୍‌କୁ ସୁନ୍ଦର ଓ ବର୍ଣ୍ଣାଢ଼୍ୟ କରାଯିବର ଯୋଜନା ରହିଛି।

online coaching

Leave A Reply

Your email address will not be published.