୮ଦଫା ଦାବି କଲା ସ୍କୁଲ କଲେଜ ସଂଘ

You are currently viewing ୮ଦଫା ଦାବି କଲା ସ୍କୁଲ କଲେଜ ସଂଘ

ଅନୁଗୁଳ: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବୁଧବାର ଆଠ ଦଫା ଦାବି ନେଇ ଜିଲ୍କା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପ୍ରଦାନ କରାଯାଇଛି। ଶିକ୍ଷକ ଓ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ, ଉପଯୁକ୍ତ ସ୍କୁଲକୁ ଗ୍ରାଣ୍ଟ ଇନ ଏଡ଼ ପ୍ରଦାନ, ନୂଆ ଏଡେଡ଼ ସ୍କୁଲ କଲେଜ ଶିକ୍ଷକ ମାନଙ୍କୁ ଅବସରକାଳୀନ ସୁବିଧା,ସ୍କୁଲ କଲେଜରେ ଖାଲିପଡିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ କରିବା,୧୬.୧୦.୨୦୨୨ ନୋଟିଫିକେସନ ଅନୁସାରେ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ପୁରୁଣା ପେନସନ ସ୍କିମ ଲାଗୁ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ଦାବି ପତ୍ରକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଗ୍ରହଣ କରିଥିଲେ ।

Share

Leave a Reply