ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ: ମା’ ବୁଢ଼ୀ କ୍ଲବ ଚମ୍ପିୟାନ

You are currently viewing ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ: ମା’ ବୁଢ଼ୀ କ୍ଲବ ଚମ୍ପିୟାନ

ଅନୁଗୁଳ: ସ୍ଥାନୀୟ ଶିବା ପଡିଆରେ ଆୟୋଜିତ ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ମା’ବୁଢ଼ୀ କ୍ଲବ ଅନୁଗୁଳ ସାଉଥ ବଲଣ୍ଡାକୁ ଟାଇ ବ୍ରେକରରେ ୩-୧ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ନିର୍ଧାରିତ ସମୟରେ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।

ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅନୁଗୁଳରେ ଫୁଟବଲର ଉନ୍ନତି ପାଇଁ ସବୁମନ୍ତେ ଉଦ୍ୟମ ହେବ ବୋଲି ପ୍ରକାଶ କରିଥିଲେ। ସେ ଚମ୍ପିଆନ ମା’ବୁଢ଼ୀ କ୍ଲବକୁ ନଗଦ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ରନର୍ସ ଅପ ବଲଣ୍ଡା ଦଳକୁ ନଗଦ ୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ବଲାଣ୍ଡାର ମାଧବ ସ୍ୱାଇଁ ଫାଇନାଲର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଏହାଛଡା ବେଷ୍ଟ ଗୋଲକିପର ଏବଂ ଟୁର୍ନାମେଣ୍ଟ ର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ସମ୍ମାନିତ ଅତିଥି ରୂପେ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ପୂର୍ବତନ କାଉନସିଲର ପ୍ରଦୀପ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ମନୋରଞ୍ଜନ ପଟନାୟକ ଖେଳ ପରିଚାଳନା କରିଥିବାବେଳେ ବସନ୍ତ କୁମାର ଦାସ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ। ଭେଟ୍ରାନ କ୍ଳବ୍ ପକ୍ଷରୁ ପ୍ରମୋଦ ରାଉତ, ପ୍ରଶାନ୍ତ କୁମାର ସିହ୍ନା, ବୁଲୁ ରାଉତରାୟ, ହରମୋହନ ମିଶ୍ର, ରମେଶ ସାହୁ, ବରିଷ୍ଠ ଆଇନଜୀବି ଭୂପେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply