ବାଲି ଛତୁ ଖାଇ ଶାଶୁ ଏବଂ ବୋହୂ ଅସୁସ୍ଥ

You are currently viewing ବାଲି ଛତୁ ଖାଇ ଶାଶୁ ଏବଂ ବୋହୂ ଅସୁସ୍ଥ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଜରାସିଂହା ଗାଁରେ ବିଷାକ୍ତ ଛତୁ ଖାଇ ଶାଶୁ ଏବଂ ବୋହୂ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ
ଭର୍ତ୍ତି ହୋଇଛନ୍ତି।

ସୂଚନା ଯେ, ଜରାସିଂହା ଗ୍ରାମର ଧ୍ରୁବଚରଣ ସାହୁଙ୍କ ସ୍ତ୍ରୀ ଗୁନ ସାହୁ (୫୩) ଏବଂ ତାଙ୍କ ବୋହୂ ଦୀପାଲି ସାହୁ (୨୧) ଘର ସମ୍ମୁଖରେ ଥ‌ିବା ବାଲିଗଦା ଉପରେ ବାଲିଛତୁ ଫୁଟିଥିବ ଦେଖି ତାକୁ ଆଣି ରୋଷେଇ କରି ଖାଇଥିଲେ। ଖାଇ ସାରିବାର କିଛି ସମୟ ପରେ ଉଭୟଙ୍କ ବାନ୍ତିହେବା ସହ ପେଟ କାଟିଥିଲା ଏବଂ ଝାଡ଼ା ମଧ୍ୟ ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥ‌ିବା ଜଣାଯାଇଛି।

Share

Leave a Reply