ଅନୁଦାନ ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ

You are currently viewing ଅନୁଦାନ ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ

ଅନୁଗୁଳ: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଏକ ଦଫା ଦାବି ନେଇ ଦସ୍ତଖତ ଅଭିଯାନ ବଇଣ୍ଡା ଜନତା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଗତ ୨୦  ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସଂଘର ଦାବି ଅନୁସାରେ ୦୧/୦୬/୨୦୦୮ ରୁ ୦୧/୦୬/୨୦୧୮ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟ ଥିବା ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅନୁଦାନ (ଜି.ଆଇ.ଏ) ପ୍ରଦାନ କରିବା ପାଇଁ ପୂର୍ବ ସରକାର ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ନୂତନ ସରକାରରେ ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ। ସ୍ୱଳ୍ପ ପାଉଣାରେ ଏମାନେ ଅଧ୍ୟାପନା ଓ ଆନୁଷଙ୍ଗିକ କାର୍ଯ୍ୟ କରି ଆସୁଥିବା ବେଳେ ସେମାନଙ୍କର ଦାବି ଯଥାର୍ଥ ଓ ଶୀଘ୍ର ପୂରଣ ହେବା ଦରକାର ବୋଲି ଦସ୍ତଖତ ଅଭିଯାନରେ ଦର୍ଶାଯାଇଛି।

ତେଣୁ ନୂତନ ସରକାର ଏ ନେଇ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ଲୋକ ଏହି ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି।

Share

Leave a Reply