ମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ

You are currently viewing ମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ପକ୍ଷରୁ ମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ ହୋଇଛି। ଉତ୍ସବରେ ଆଠମଲ୍ଲିକ ବ୍ଲକର ବିଭିନ୍ନ ହାଇସ୍କୁଲରୁ ୧୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।
ଉଦଘାଟନୀ ସଭାରେ ମାଧପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମାହାର ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ମାଧପୁର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପିତାମ୍ବର ବିଶ୍ୱାଳ ଏବଂ ମୁଖ୍ୟବକ୍ତା ଭାବେ ପରାଶର ମେଣ୍ଡୁଳି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ଉଦଯାପନୀ ଉତ୍ସବରେ ଆନନ୍ଦାନନ୍ଦ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରି ଓଷ୍ଟାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟାର ଆଠମଲ୍ଲିକ ବ୍ଲକ ସଭାପତି ସୁଧାକର ସାହୁ, ଉପସଭାପତି କମଳ ଲୋଚନ ନାୟକ, ଯୁଗ୍ମ ସାଧାରଣ ସମ୍ପାଦକ ଅଜିତ କୁମାର ସାହୁ, ଉପଦେଷ୍ଟା ଦେବରାଜ ପ୍ରଧାନଙ୍କ ସମେତ ଆଠମଲ୍ଲିକ ବ୍ଲକର ବିଭିନ୍ନ ହାଇସ୍କୁଲର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Share

Leave a Reply